Ranji Trophy: ରଣଜୀ ଟ୍ରଫି: ସ୍ବସ୍ତିକ ଓ ଗୋବିନ୍ଦଙ୍କ ଅର୍ଦ୍ଧଶତକ, ତୁଫୈଲଙ୍କ ପଦାର୍ପଣ

Advertisment

ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି ମୁକାବିଲା ଗୁରୁବାରଠୁ ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ଗୁରୁବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସାମନ୍ତରାୟ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି ମୁକାବିଲା ଗୁରୁବାରଠୁ ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ଗୁରୁବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସାମନ୍ତରାୟ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ffshffhsbxvbvbv

ଭୁବନେଶ୍ବର: ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି ମୁକାବିଲା ଗୁରୁବାରଠୁ ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ଗୁରୁବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସାମନ୍ତରାୟ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଗୋବିନ୍ଦ ପୋଦ୍ଦାର ଓ ସ୍ବସ୍ତିକ ସାମଲଙ୍କ ଅର୍ଦ୍ଧଶତକ ବଳରେ ଓଡ଼ିଶା ପ୍ରଥମ ଦିନର ଷ୍ଟମ୍ପ୍ସ ବେଳକୁ ୬ ୱିକେଟ୍‌ ହରାଇ ୨୪୬ ରନ୍‌ କରିଛି। ବିପ୍ଳବ ସାମନ୍ତରାୟ (୩୮*) ଓ ସାୱନ ପହରିୟା (୧୦*) ବ୍ୟାଟିଂ ଜାରି ରଖିଛନ୍ତି। ଓପନର୍‌ ସନ୍ଦୀପ ପଟ୍ଟନାୟକ (୭)ଙ୍କୁ ଏବଂ ଶୁଭ୍ରାଂଶୁ (୧୦)ଙ୍କୁ ମାତ୍ର ୩୮ ରନ୍‌ରେ ହରାଇ ଓଡ଼ିଶା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଏହା ପରେ ସ୍ବସ୍ତିକ ସାମଲ ଓ ଗୋବିନ୍ଦ ପୋଦ୍ଦାର ଚମତ୍କାର ବ୍ୟାଟିଂ କରି ତୃତୀୟ ୱିକେଟ୍‌ରେ ୧୨୨ ରନ୍‌ର ଭାଗୀଦାର ଗଢ଼ି ଘରୋଇ ବୋଲରଙ୍କୁ ନୟାନ୍ତ କରିଥିଲେ। 

Hockey: ପ୍ରୋ-ଲିଗ୍‌ ହକି ଲାଗି ସାମ୍ଭାବ୍ୟ ଭାରତୀୟ ଦଳରେ ଓଡ଼ିଶାରୁ ୫

ତେବେ ଦଳୀୟ ସ୍କୋର୍‌ ୧୬୦ ଥିଲା‌ ବେଳେ ଗୋବିନ୍ଦ (୬୪) ସୌରଭ ଶେଖରଙ୍କ ବଲ୍‌ରେ ୱିକେଟ୍‌କିପର କୁମାର କୁଶାଗ୍ରଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ୍‌ ଫେରିଥିଲେ। ତାଙ୍କ ପରେ ସ୍ବସ୍ତିକ (୭୯)ଙ୍କୁ ‌‌ସେହି ସୌରଭ ଆଉଟ୍‌ କରିଦେଇଥିଲେ। ଗତ ମ୍ୟାଚ୍‌ରେ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଥିବା ଅନିଲ ପରିଡ଼ା (୧୫) ଏବଂ ସମ୍ବିତ ବରାଳ (୧୦) ସଅଳ ଆଉଟ୍‌ ହୋଇଥିଲେ। ତେବେ ବିପ୍ଳବ ସାମନ୍ତରାୟ ଓ ସାୱନ ପହରିୟା ସପ୍ତମ ୱିକେଟ୍‌ରେ ୨୨* ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌ ୨୪୨/୬ରେ ପହଞ୍ଚାଇଛନ୍ତି। ଏହି ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ୧୮ ବର୍ଷୀୟ ବାମହାତୀ ସ୍ପିନର୍‌ ସୟଦ ତୁଫୈଲ ଅହମଦ ପଦାର୍ପଣ କରିଛନ୍ତି। ମ୍ୟାଚ୍‌ ଆରମ୍ଭରୁ ବିପ୍ଳବ ସାମନ୍ତରାୟ ତାଙ୍କୁ ଓଡ଼ିଶା ‌ଟୋପି ପ୍ରଦାନ କରିଥିଲେ।

Problem: ପାଣି ଘେରରେ ଦୁର୍ବିଷହ ଦୟନୀୟ ଜୀବନ

ସଂକ୍ଷିପ୍ତ ସ୍କୋର୍‌: ଓଡ଼ିଶା ୯୨ ଓଭରରେ ୨୪୨/୬ (ସ୍ବସ୍ତିକ ସାମଲ ୭୯, ଗୋବିନ୍ଦ ପୋଦ୍ଦାର ୬୪, ବିପ୍ଳବ ସାମନ୍ତରାୟ ୩୮*, ସୌରଭ ଶେଖର ୩୪/୩, ଆଦିତ୍ୟ ସିଂହ ୨/୨୪, ଅନୁକୁଳ ରୟ ୧/୭୮)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe