ରଣଜୀ ମ୍ୟାଚ୍‌: ଦିଲ୍ଲୀକୁ ୯ ଓ୍ଵିକେଟରେ ହରାଇ ବିଦର୍ଭ ପ୍ରଥମ ଥର ବିଜେତା

Advertisment
ରଣଜୀ ମ୍ୟାଚ୍‌: ଦିଲ୍ଲୀକୁ ୯ ଓ୍ଵିକେଟରେ ହରାଇ ବିଦର୍ଭ ପ୍ରଥମ ଥର ବିଜେତା

ଇନ୍ଦୋର: ମଧ୍ୟପ୍ରଦେଶର ହୋଲକର୍‌ ଷ୍ଟାଡିୟମରେ ଖେଳାଯାଇଥିବା ରଣଜୀ ଫାଇନାଲ ମ୍ୟଚ୍‌ରେ ବିଦର୍ଭ ସୋମବାର ଇତିହାସ ରଚିଛି। ୮୩ ବର୍ଷରେ ପ୍ରଥମ ଥର ପାଇଁ ବିଦର୍ଭ ଟିମ୍‌ ରଣଜୀ ଚମ୍ପିଅନସିପ୍‌ ବିଜୟୀ ହୋଇଛି। ଟିମ୍‌ ଦିଲ୍ଲୀକୁ ୯ ଓ୍ଵକେଟରେ ହରାଇଛି। ଅକ୍ଷର ଭକରେ ଦିଲ୍ଲୀର ୬ଜଣ ବ୍ୟାଟସ୍‌ମ୍ୟାନଙ୍କୁ ଆଉଟ କରିଥିଲେ। ବିଦର୍ଭର ୫୪୭ ରନ୍‌ ଜବାବରେ ଦିଲ୍ଲୀ ୨ୟ ପାଳିରେ ୨୮୦ ରନ୍‌ ସଂଗ୍ରହ କରି ସମସ୍ତ ଓ୍ଵିକେଟ ହରାଇଥିଲା।

publive-image

୪ର୍ଥ ଦିନରେ ବିଦର୍ଭ ୨ୟ ଇନିଂସରେ ୫୪୭ ରନ ସଂଗ୍ରହ କରିଥିଲା। ଏହା ପରେ ଦିଲ୍ଲୀର ଟିମ ୨ୟ ପାଳିରେ ୨୮୦ ରନ ସଂଗ୍ରହ କରି ଆଉଟ ହୋଇ ଯାଇଥିଲା। ବିଦର୍ଭକୁ ବିଜୟ ପାଇଁ ୩୨ ରନ୍‌ ଟାର୍ଗେଟ ମିଳିଥିଲା। ବିଦର୍ଭ ୫ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ଟାର୍ଗେଟ ପୂରା କରିଥିଲା। ଦିଲ୍ଲୀ ତରଫରୁ କୁଳବନ୍ତ ଫୈଜ ଫଜଲକୁ ଆଉଟ କରିଥିଲେ।

ଫାଇନାଲରେ ହ୍ୟାଟ୍ରିକ ଓ୍ଵିକେଟ ହାସଲ କରିଥିବା ରଜନୀଶ ଗୁରବାନୀଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଚୟନ କରାଯାଇଥିଲା। ସେ ଏହି ମ୍ୟାଚରେ ୮ଟି ଓ୍ଵିକେଟ ନେଇଛନ୍ତି। ଅକ୍ଷୟ ବଡ଼କର ବିଦର୍ଭ ପକ୍ଷରୁ ପ୍ରଥମ ଇନିଂସରେ ୧୩୩ ରନ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe