ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ରଞ୍ଜିତା

ଜାମ୍ମୁ କାଶ୍ମୀରର ଗୁଲମାର୍ଗଠାରେ ରବିବାରଠାରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ପଞ୍ଚମ ସଂସ୍କରଣରେ ଲଗାତାର ଚତୁର୍ଥ ଥର ପାଇଁ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ଭାବେ ପରିଚିତ ରଞ୍ଜିତା ବେହେରା।

ssdsdcxd

ଭୁବନେଶ୍ବର: ଜାମ୍ମୁ କାଶ୍ମୀରର ଗୁଲମାର୍ଗଠାରେ ରବିବାରଠାରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ପଞ୍ଚମ ସଂସ୍କରଣରେ ଲଗାତାର ଚତୁର୍ଥ ଥର ପାଇଁ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ଭାବେ ପରିଚିତ ରଞ୍ଜିତା ବେହେରା। ଏକମାତ୍ର ଓଡ଼ିଆ ଭାବେ ଏହି ପ୍ରତିଯୋଗିତାର ଆଲ୍‌ପାଇନ୍ ସ୍କି’ର ସାଲାଲମ ଓ ଜାଏଣ୍ଟ୍ ସାଲାଲାମ ବର୍ଗରେ ରାଜ୍ୟର ପ୍ରତିନିଧିତ୍ବ କରିବେ। ଏହି ପ୍ରତିଯୋଗିତାରେ ୧୧ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳ ସମେତ ସେନା, ଇଣ୍ଡୋ ତିବ୍ଦତିଆନ୍ ସୀମା ସୁରକ୍ଷାବଳ ଏବଂ ସିଆର୍‌ପିଏଫ୍‌ର ୩୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

ଏହି ପ୍ରତିଯୋଗିତା ପୂର୍ବରୁ ରଞ୍ଜିତା କାଜାଖସ୍ତାନର ଶ୍ୟାମବୁଲାନ୍ ବରଫ ପାହାଡ଼ରେ ତାଲିମ ନେଇଥିବାରୁ ଉନ୍ନତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିନେଇ ସେ କହିଛନ୍ତି, ଓଡ଼ିଶା ଭଳି ଏକ ବରଫବିହୀନ ରାଜ୍ୟରୁ ଆସି ଅନ୍ତର୍ଜାତୀୟ ତଥା ଅଭିଜ୍ଞ ଖେଳାଳିଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ନିଶ୍ଚିତ ଭାବେ ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ଏଥର ମୁଁ ବିନା ଚାପରେ ଖେଳିବି। ଅଯୋଗ୍ୟ ଘୋଷିତ ନହୋଇ କିପରି ଅନାୟସରେ ସବୁ ଫାଟକକୁ ଅତିକ୍ରମ କରି କମ୍ ସମୟରେ ଫିନିସିଂ ପଏଣ୍ଟ୍‌ରେ ପହଞ୍ଚିବାକୁ ଚେଷ୍ଟା କରିବି। ଓଡ଼ିଶାବାସୀଙ୍କ ଭଲ ପାଇବା ଏବଂ ରାଜ୍ୟ ସରକାରଙ୍କ ସମର୍ଥନ ଓ ସହଯୋଗ ପାଇଁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe