ରଣବୀର ସିଂହ ଖେଳିଲେ କପିଳଙ୍କ ନଟରାଜ୍ ସଟ୍, ଫଟୋ ଭାଇରାଲ୍

ରଣବୀର ସିଂହ ଖେଳିଲେ କପିଳଙ୍କ ନଟରାଜ୍ ସଟ୍, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର ସିଂହ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ଏକ ଫଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କ ଆଗାମୀ ଚଳଚ୍ଚିତ୍ର “୮୩”, ଯାହା ଭାରତୀୟ ଦଳର ୧୯୮୩ ବିଶ୍ବକପ୍‌ ବିଜୟ କାହାଣୀ ଉପରେ ଆଧାରିତ, ସେହି ଚଳଚ୍ଚିତ୍ରରେ ରଣବୀର ପ୍ରଥମ ବିଶ୍ବକପ ଜିତିଥିବା ଭାରତୀୟ ଦଳର ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଦେଖିବାକୁ ମିଳିିବେ। “ନଟରାଜ୍ ସଟ୍” ଲେଖି ଛାଡ଼ିଥିବା ଏହି ଫଟୋରେ କପିଳଙ୍କ ନଟରାଜ୍ ସଟ୍ ଖେଳିବା ଶୈଳୀରେ ରଣବୀର ବ୍ୟାଟିଂ କରୁଛନ୍ତି। ତେବେ ରଣବୀରଙ୍କ ଏହି ଫଟୋ ଦେଖିବା ପରେ ନିଜେ କପିଳ ଦେବ ଏହାକୁ ରିଟ୍ବିଟ୍ କରି ସଲାମ୍ ରଣବୀର ବୋଲି ଲେଖିଛନ୍ତି। ସଞ୍ଜୟ ମଞ୍ଜରେକରଙ୍କୁ ମଧ୍ୟ ରଣବୀରଙ୍କ ଏହି ଫଟୋ ବେଶ୍ ଭଲ ଲାଗିଛି। ବହୁତ ଭଲ ରଣବୀର, ସବିଶେଷ ତଥ୍ୟ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା ସେ ଟ୍ବିଟ୍‌ କରିଛନ୍ତି।

publive-image

୧୯୮୩ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ମହିନ୍ଦର ଅମରନାଥଙ୍କ ଭୂମିକାରେ ନଜର ଆସିବେ ସାକିବ୍ ସଲିମ୍। ୧୮୩ ରନ୍‌ କରିଥିବା ଭାରତ ଫାଇନାଲ୍‌ରେ ଵେଷ୍ଟଇଣ୍ଡିଜ୍‌କୁ ୧୪୦ ରନ୍‌ରେ ଅଲଆଉଟ୍ କରିଥିଲା। ଅମରନାଥ ମାତ୍ର ୧୨ ରନ୍‌ ଦେଇ ୩ ଵିକେଟ୍‌ ହାସଲ କରିଥିଲେ। ଚଳଚ୍ଚିତ୍ର ‘୮୩’ ଏପ୍ରିଲ, ୨୦୨୦ରେ ମୁକ୍ତିଲାଭ କରିବାକୁ ଥିବା ବେଳେ ଫିଲ୍ମରେ କପିଳ ଦେବଙ୍କ ପତ୍ନୀ ରୋମି ଭାଟିଆଙ୍କ ଭୂମିକାରେ ଦୀପିକା ପାଦୁକନ ନଜରରେ ଆସିବେ। ଚଳଚ୍ଚିତ୍ରରେ ମଦନଲାଲଙ୍କ ଭୂମିକାରେ ହାର୍ଡି ସାନ୍ଧୁ, ସୁନୀଲ ଗାଭାସ୍କରଙ୍କ ଭୂମିକାରେ ତାହିର ରାଜ୍ ଓ ବଲବିନ୍ଦର ସିଂହଙ୍କ ଭୂମିକାରେ ଆମି ଭିର୍କଙ୍କୁ ଦେଖିବାକୁ ମିଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe