ରାପିନେ-ବାର୍ଡଙ୍କ ନିର୍ବନ୍ଧ

Advertisment
ରାପିନେ-ବାର୍ଡଙ୍କ ନିର୍ବନ୍ଧ

ନ୍ୟୁୟର୍କ: ଦୁଇ ଥର ଫୁଟ୍‌ବଲ୍ ବିଶ୍ବକପ୍ ବିଜୟିନୀ ମେଗାନ ରାପିନେ ଓ ୧୧ ଥର ଡବ୍ଲ୍ୟୁଏନବିଏ ଅଲଷ୍ଟାର ତାରକା ସୁ ବାର୍ଡଙ୍କର ନିର୍ବନ୍ଧ ଶେଷ ହୋ‌ଇଛି। ଉଭୟ ନିଜ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଫଟୋ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି। ଚାରିଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ୪୦ ବର୍ଷୀୟା ବାର୍ଡ ଚଳିତ ମାସ ପ୍ରାରମ୍ଭରେ ନିଜ ଚତୁର୍ଥ ଡବ୍ଲ୍ୟୁଏନବିଏ ଟ୍ରଫି ଜିତିଥିଲେ। ୨୦୧୯ ମସିହାରେ ସମ୍ମାନଜନକ ବାଲନ ଡି’ଓର ପୁରସ୍କାର ଜିତିଥିବା ରାପିନେ ଗତବର୍ଷ ହିଁ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଜିତିବା ସହ ସ୍ବର୍ଣ୍ଣ ଜୋତା ଓ ସ୍ବର୍ଣ୍ଣ ବଲ୍ ହାସଲ କରିଥିଲେ। ଗତ ତିନି ବର୍ଷ ହେବ ଏହି ଦୁଇ ସମଲିଙ୍ଗୀ କ୍ରୀଡ଼ା ତାରକା ପରସ୍ପରକୁ ପ୍ରେମ କରୁଥିଲେ। ସେମା‌ନେ ମଧ୍ୟ ୨୦୧୮ ମସିହାରେ ବିଶ୍ବର ପ୍ରଥମ ସମଲିଙ୍ଗୀ କ୍ରୀଡ଼ା କପଲ ଭାବେ ଇସ୍‌ପିଏନ୍‌ର ‘ବଡି ଇସ୍ୟୁ’ରେ ସ୍ଥାନ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe