ଆଗାମୀ ୨-୩ ବର୍ଷରେ ଭଲ ବୋଲର ହେବେ ରସିଖ ସଲାମ: ଯୁବରାଜ ସିଂହ

Advertisment
ଅନ୍ତରାଷ୍ଟ୍ରୀୟ  କ୍ରିକେଟରୁ ଅବସର ନେଲେ ଯୁବରାଜ୍ ସିଂ

India Today

ନୂଆଦିଲ୍ଲୀ: ଭାରତର ଚାମ୍ପିଅନ ବୋଲର ଯୁବରାଜ ସିଂହ ଜମ୍ମୁ କଶ୍ମୀରର ଯୁବ ଦ୍ରୁତ ବୋଲର ରସିଖ ସଲାମଙ୍କ ବୋଲିଂରେ ଆକର୍ଷିତ ହୋଇଛନ୍ତି। ରସିଖ ସଲାମ ସୁଇଂ ଉପରେ ନିୟନ୍ତ୍ରଣ ରଖି ପାରୁଛନ୍ତି ବୋଲି ଯୁବରାଜ କହିଛନ୍ତି। ସେ କହିଛନ୍ତି ଯେ ରସିଖ ଆଗାମୀ ୨-୩ ବର୍ଷ ମଧ୍ୟରେ ଜଣେ ଭଲ ବୋଲର ହୋଇପାରିବେ।

ଦିଲ୍ଲୀ କ୍ୟାପିଟାଲସ୍‌ ବରୋଧରେ ମୁମ୍ବାଇ ଇଣ୍ଡିଆନସ୍‌ ପାଇଁ ଅର୍ଦ୍ଧଶତକ ହାସଲ କରିଥିବା ଯୁବରାଜ କହିଛନ୍ତି, ରସିଖ ନେଟ୍‌ରେ ଭଲ ସୁଇଂ ବୋଲିଂ କରିଛନ୍ତି। ସେ ଶେଷ ୨ଟି ବଲରେ ଛକା ଏବଂ ଚୌକା ମାରିଥିଲେ। ଏହା ବ୍ୟତୀତ ତାଙ୍କର ବୋଲିଂ ପ୍ରଶଂସନୀୟ ଥିଲା।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ଯୁବରାଜ କହିଛନ୍ତି, ଏହା ତାଙ୍କର ପ୍ରଥମ ମ୍ୟାଚ୍‌ ଥିଲା ଏବଂ ଆରମ୍ଭରୁ ଭଲ ଖେଳିଛନ୍ତି। ମୁମ୍ବାଇ ଇଣ୍ଡିଆନସ୍‌ର କୋଚ ତାଙ୍କର ପ୍ରଶଂସା କରି କହିଛନ୍ତି, ଏହି ଖେଳାଳି ଆଗାମୀ ୨-୩ ବର୍ଷ ମଧ୍ୟରେ ଭଲ ଖେଳିବେ। ଏହା ଏକ ଚ୍ୟାଲେଞ୍ଜିଂ ଆରମ୍ଭ କିନ୍ତୁ ଆଗାମୀ ଦିନରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ। ରସିଖ ଭଲ ପ୍ରଦର୍ଶନ କରିଛନ୍ତି ବୋଲି କୋଚ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe