ଭାରତର ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଦଣ୍ଡିତ ହେବା ପରେ ଆହାର ଛାଡ଼ିଲେ ମା’

Advertisment

ଆଇସିସି କାର୍ଯ୍ୟାନୁଷ୍ଠାନରେ ବାପା ଅସନ୍ତୁଷ୍ଟ

ଆଇସିସି କାର୍ଯ୍ୟାନୁଷ୍ଠାନରେ ବାପା ଅସନ୍ତୁଷ୍ଟ

ଭାରତର ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଦଣ୍ଡିତ ହେବା ପରେ ଆହାର ଛାଡ଼ିଲେ ମା’

Indiatimes.com

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ପରେ ଘଟିଥିବା ଗଣ୍ଡଗୋଳକୁ କେନ୍ଦ୍ରକରି ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଉଭୟ ବିଜେତା ବାଂଲାଦେଶ ଓ ଉପବିଜେତା ଭାରତର ୫ ଜଣ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମସ୍ତଙ୍କୁ ୪ରୁ ୧୦ ମାସ ପର୍ଯ୍ୟନ୍ତ ଆନ୍ତର୍ଜାତିକ ନିଲମ୍ବନ ଦଣ୍ଡ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଭାରତର ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଓ ଆକାଶ ସିଂହ ରହିଛନ୍ତି। ତେବେ ବିଷ୍ଣୋଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ତାଙ୍କ ବାପା ମଙ୍ଗିଲାଲ ବିଷ୍ଣୋଇ ସହଜରେ ହଜମ କରିପାରୁନାହାନ୍ତି। ମୋ ପୁଅର ଦୋଷ କ’ଣ, କାହିଁକି ଦଣ୍ଡିତ ହେଲା ବୋଲି ମଙ୍ଗିଲାଲ ପ୍ରଶ୍ନ କରିଛନ୍ତି। ଏପରିକି ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ଖବର ଶୁଣିବା ପରଠୁ ତା’ ମାଆ ଦୁଃଖରେ ଖିଆପିଆ ଛାଡ଼ିଦେଇଛି ବୋଲି ରବିଙ୍କ ବାପା ଅସନ୍ତୋଷର ସହ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ରବି ବିଷ୍ଣୋଇ ବିଶ୍ବକପ୍‌ରେ ଅନ୍ୟତମ ଶ୍ରେଷ୍ଠ ବୋଲର ଥିଲେ। ସେ ବିଶ୍ବକପ୍‌ରେ ୧୭ ୱିକେଟ୍‌ ଅକ୍ତିଆର କରିଥିଲେ। ହେଲେ ତାଙ୍କର ଏହି ସଫଳତା ଏବେ ଫାଇନାଲ୍‌ ଗଣ୍ଡଗୋଳ ପରେ ମଳିନ ପଡ଼ିଯାଇଛି। କିନ୍ତୁ ମୋର ୪ ପିଲା (ରବିର ଦୁଇ ବଡ଼ ଭଉଣୀ ଓ ଜଣେ ସାନ ଭାଇ)ଙ୍କ ମଧ୍ୟରୁ ରବି ଅତ୍ୟନ୍ତ ଶାନ୍ତ ସ୍ବଭାବର। ସେ କେବି ବି ନିଜ ଉପରୁ ନିୟଂତ୍ରଣ ହରାଇପାରିନଥିବ କିମ୍ବା ଗଣ୍ଡଗୋଳରେ ସାମିଲ ନଥିବ ବୋଲି ମଙ୍ଗିଲାଲ କହିଛନ୍ତି। ମୁଁ ଏବେ ବି ଆଶ୍ଚର୍ଯ୍ୟ ଯେ ମୋ ପୁଅର ଦୋଷ କ’ଣ? ଘଟଣାରୁ ଯାହା ପ୍ରତୀୟମାନ, ବାଂଲାଦେଶ ଖେଳାଳି ଆକ୍ରମଣ କରୁଥିବା ସାଥୀ ଖେଳାଳିକୁ ରକ୍ଷା କରିବାକୁ ଯାଇ ରବି ହୁଏତ ଅଶାନ୍ତ ହୋଇପଡ଼ିଥିଲା। ଜଣକୁ ରକ୍ଷା କରିବା କ’ଣ ବଡ଼ ଦୋଷ? ଯେଉଁଥିପାଇଁ ତାଙ୍କୁ ଆଇସିସି ନିଲମ୍ବିତ କରିଛି ବୋଲି ମଙ୍ଗିଲାଲ ପଚାରିଛନ୍ତି। ପୁଣି ତାଙ୍କ ଉପରେ ୨ ବିଯୁକ୍ତ ପଏଣ୍ଟ୍‌ ମଧ୍ୟ ଲଦିଦେବା କେତଦେୂର ଯଥାର୍ଥ ବୋଲି ରବିଙ୍କ ବାପା ପ୍ରଶ୍ନ କରିଛନ୍ତି। ଫାଇନାଲ୍‌ରେ ୱିକେଟ୍‌ ନେବା ପରେ ଭାବପ୍ରବଣ ହୋଇପଡ଼ି ‌ସେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ପାଭିଲିୟନ୍‌ ଫେରିବାର ସଙ୍କେତ ଦେଇଥିଲା ବୋଲି କୁହାଯାଉଛି। ହେଲେ ଏହା କ’ଣ ଏତେ ବଡ଼ ଅପରାଧ ବୋଲି ମଙ୍ଗିଲାଲ କ୍ଷୁବ୍‌ଧର ସହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe