ବିରାଟ-ରୋହିତଙ୍କ ଅବସରକୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ବୟାନ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଏହା ଉପରେ ରବି ଶାସ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି।

travisas

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ଖରାପ ପ୍ରଦର୍ଶନ ଯୋଗୁଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ଭଲ ରନ୍ ସ୍କୋର କରିପାରିନାହାନ୍ତି। ଅନ୍ୟପକ୍ଷରେ ବିରାଟ କୋହଲି ଗୋଟାଏ ଶତକ ପରେ ଭଲ ରନ୍ କରିପାରିନାହାନ୍ତି। ଦୁହିଁଙ୍କ ପ୍ରଦର୍ଶନ ସୁଧୁରୁନଥିବାରୁ ଦୁହେଁ ଖୁବଶୀଘ୍ର ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ପୂର୍ବତନ ଭାରତୀୟ କୋଚ୍ ରବି ଶ‌ାସ୍ତ୍ରୀ ଏହି ପ୍ରସଙ୍ଗକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ରବି ଶାସ୍ତ୍ରୀ ଷ୍ଟାର ସ୍ପୋର୍ଟସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ବିରାଟ କୋହଲି ଆସନ୍ତା ୩-୪ବର୍ଷ ପର୍ଯ୍ୟନ୍ତ ଖେଳିବେ। ଏହା ସହିତ ରୋହିତ ଶର୍ମାଙ୍କ ବିଷୟରେ ଶାସ୍ତ୍ରୀ କହିଛନ୍ତି ଯେ, ସେ ଜଣେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଏବଂ ସେ ଅବସର ନେବେ କି ନାହିଁ ଏହାର ନିଷ୍ପତ୍ତି ସେ ନିଜେ ନେବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe