Advertisment

Ravi Shastri stand: ଓ୍ବାଙ୍ଖଡ଼େରେ ରହିବ ରବି ଶାସ୍ତ୍ରୀ ଷ୍ଟାଣ୍ଡ୍‌

Advertisment

ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ୍‌ର ଏକ ଷ୍ଟାଣ୍ଡ୍‌ ପୂର୍ବତନ କ୍ରିକେଟର୍‌ ତଥା ଭାଷ୍ୟକାର ରବି ଶାସ୍ତ୍ରୀଙ୍କ ନାମରେ ନାମିତ ହେବ। ଏହି ଲେବଲ୍‌-୧ ଷ୍ଟାଣ୍ଡ୍‌ଟି ଷ୍ଟାଡିୟମ୍‌ରେ ଥିବା ପ୍ରେସ୍‌ବକ୍ସ ତଳେ ଅବସ୍ଥିତ।

ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ୍‌ର ଏକ ଷ୍ଟାଣ୍ଡ୍‌ ପୂର୍ବତନ କ୍ରିକେଟର୍‌ ତଥା ଭାଷ୍ୟକାର ରବି ଶାସ୍ତ୍ରୀଙ୍କ ନାମରେ ନାମିତ ହେବ। ଏହି ଲେବଲ୍‌-୧ ଷ୍ଟାଣ୍ଡ୍‌ଟି ଷ୍ଟାଡିୟମ୍‌ରେ ଥିବା ପ୍ରେସ୍‌ବକ୍ସ ତଳେ ଅବସ୍ଥିତ।

28bbs_12_28022026_112

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ୍‌ର ଏକ ଷ୍ଟାଣ୍ଡ୍‌ ପୂର୍ବତନ କ୍ରିକେଟର୍‌ ତଥା ଭାଷ୍ୟକାର ରବି ଶାସ୍ତ୍ରୀଙ୍କ ନାମରେ ନାମିତ ହେବ। ଏହି ଲେବଲ୍‌-୧ ଷ୍ଟାଣ୍ଡ୍‌ଟି ଷ୍ଟାଡିୟମ୍‌ରେ ଥିବା ପ୍ରେସ୍‌ବକ୍ସ ତଳେ ଅବସ୍ଥିତ। ଏ ନେଇ ଶୁକ୍ରବାର ବସିଥିବା ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ (ଏମସିଏ) ସର୍ବୋଚ୍ଚ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଷ୍ଟାଡିୟମ୍‌ର ତିନୋଟି ଫାଟକକୁ ପୂର୍ବତନ କ୍ରିକେଟର୍‌ ଦିଲ୍ଲୀପ ସରଦେଶାଇ, ଏକନାଥ ସୋଲ୍‌କର ଓ ଡାଏନା ଏଦୁଲଜୀଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ ପରେ ଏମସିଏ ସଭାପତି ଆଜିଙ୍କ୍ୟ ନାୟକ କହିଛନ୍ତି ଯେ ଆମ ଦେଶ ଓ ସହର ପାଇଁ ଗୌରବ ଆଣିଦେଇଥିବା ବ୍ୟକ୍ତିତ୍ବମାନଙ୍କୁ ସମ୍ମାନିତ କରିବା ଆମର କର୍ତ୍ତବ୍ୟ।

 ଆମର ମହାନ ବ୍ୟକ୍ତିତ୍ବମାନଙ୍କ ଦ୍ବାରା ତିଆରି ଭିତ୍ତିଭୂମି ଉପରେ ମୁମ୍ବାଇ କ୍ରିକେଟ୍‌ ତିଆରି ହୋଇଛି। ରବି ଶାସ୍ତ୍ରୀଙ୍କ ନାମରେ ଏକ ଷ୍ଟାଣ୍ଡ୍‌ ନାମିତ କରିବା ଜଣେ ଖେଳାଳି, ଅଧିନାୟକ ଓ ପ୍ରଶିକ୍ଷକଭାବେ ତାଙ୍କର ଅବଦାନକୁ ପ୍ରତି ଏକ ସମ୍ମାନ। ରବି ଶାସ୍ତ୍ରୀ ଭାରତ ପାଇଁ ୮୦ଟି ଟେଷ୍ଟ ଓ ୧୫୦ଟି ଦିନିକିଆ ଖେଳିଛନ୍ତି। ସେ ମଧ୍ୟ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe