‌‘କ୍ରିକେଟ୍ ବଙ୍ଗ୍‌ଲୋ’ରେ କଟୁଛି ଜାଦେଜାଙ୍କ ସମୟ

Advertisment

ରୋହିତ ଝିଅ ଖେଳାଇଲେ, ୟୁସୁଫଙ୍କ ଚୁଟି କାଟିଲେ ଇର୍ଫାନ

ରୋହିତ ଝିଅ ଖେଳାଇଲେ, ୟୁସୁଫଙ୍କ ଚୁଟି କାଟିଲେ ଇର୍ଫାନ

‌‘କ୍ରିକେଟ୍ ବଙ୍ଗ୍‌ଲୋ’ରେ କଟୁଛି ଜାଦେଜାଙ୍କ ସମୟ

Firkee

ଭଦୋଦରା : ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଲକଡାଉନ୍ ସମୟ ସୌରାଷ୍ଟ୍ରରେ ଥିବା ତାଙ୍କ ଫାର୍ମ ହାଉସରେ କଟୁଛି। ସେଠାରେ ସେ ନିଜ ପ୍ରିୟ ଘୋଡ଼ା ମାନେକ’ର ଦେଖାଶୁଣା କରୁଛନ୍ତି। ବଗିଚାରେ ବୁଲି ନିଜକୁ ସତେଜ ରଖୁଥିଲା ବେଳେ ଶାରୀରିକ ଅଭ୍ୟାସ ବି କରୁଛନ୍ତି। ସେଠାରେ ରହିବା, ମାନେକ ଓ ଅନ୍ୟ ଘୋଡ଼ାଙ୍କ ସହ ସମୟ କଟାଇବା ତଥା ବଗିତାରେ ପୁସ୍ଅସ୍ କରୁଥିବାର ଫଟୋ ସେ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି। ଜାଦେଜା ତାଙ୍କ ଫାର୍ମ ହାଉସ୍ ନାଁ ‘କ୍ରିକେଟ୍ ବଙ୍ଗ୍‌ଲୋ’ ରଖିଛନ୍ତି।

publive-image

ସେପଟେ ଭାରତୟ ସୀମିତ ଓଭର କ୍ରିକେଟ୍ ଦଳର ଉପଅଧିନାୟକ ରୋହିତ ଶର୍ମା ଝିଅ ସମାଇରାକୁ ଖେଳାଉଥିବାର ଫଟୋ ଛାଡ଼ିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନ କିନ୍ତୁ ନୂଆ ପେସାକୁ ଆପଣାଇଛନ୍ତି। ବାହାରକୁ ଯାଇ ଚୁଟି କାଟିବା ସମ୍ଭବ ହେଉ ନଥିବାରୁ ସେ ନିଜେ ବଡ଼ ଭାଇ ୟୁସୁଫ୍‌ଙ୍କ ଚୁଟି କାଟୁଥିବାର ଫଟୋ ପ୍ରକାଶ କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe