ଟେଷ୍ଟ ଶୃଙ୍ଖଳାରେ ରବୀନ୍ଦ୍ର ଜାଦେଜା ୮ ଓ୍ଵିକେଟ ନେଲେ ହାସଲ କରିପାରିବେ ଏହି ରେକର୍ଡ

Advertisment

୨୨ରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଶୃଙ୍ଖଳା

୨୨ରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଶୃଙ୍ଖଳା

ପ୍ରଥମ ଟେଷ୍ଟ୍‌ ଖେଳିବେନି ଜାଦେଜା

Zee News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ନିଜର ୱେଷ୍ଟଇଣ୍ଡିଜ ଗସ୍ତରେ ଭଲ ପ୍ରଦର୍ଶନ କରୁଛି ଏବଂ ଟି-୨୦ରେ ମୂଳପୋଛ କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତିଛି। ଦିନକ ପରେ ୨୨ ତାରିଖରୁ ଉଭୟ ଟିମ୍‌ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଆଣ୍ଟିଗୁଆରେ ଆରମ୍ଭ ହେବ। ଏହି ଶୃଙ୍ଖଳାରେ ଅଧିନାୟକ ବିରାଟ କୋହଲିଙ୍କୁ ଏକାଧିକ ରେକର୍ଡ ଭଙ୍ଗ କରିବା ପାଇଁ ସୁଯୋଗ ମିଳିବ। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ମଧ୍ୟ ନିଜର ଅନ୍ୟ ଏକ ରେକର୍ଡ ପ୍ରତିଷ୍ଠା କରିବାକୁ ସୁଯୋଗ ମିଳିବ। ଯଦି ତାଙ୍କୁ ସୁଯୋଗ ମିଳିବ, ତା’ହେଲେ ତାଙ୍କୁ କେବଳ ୮ଟି ଓ୍ଵିକେଟ୍‌ ଦରକାର ଅଛି।

publive-image

ରବୀନ୍ଦ୍ର ଜାଦେଜା ୨୦୦ ଟେଷ୍ଟ ଓ୍ଵିକେଟ୍‌ ନେବାକୁ ୮ ପାଦ ପଛରେ ଅଛନ୍ତି। ସେ ଏଯାଏଁ ୧୯୨ ଟେଷ୍ଟ ଓ୍ଵିକେଟ ନେଇଛନ୍ତି। ଯଦି ଜାଦେଜା ଏହି କାମ ହାସଲ କରି ନିଅନ୍ତି, ତା’ହେଲେ ଏଭଳି କାମ କରିବାରେ ସେ ୧୦ମ ଭାରତୀୟ ବୋଲର ହୋଇପାରିବେ। ସେ ଯଦି ଆଣ୍ଟିଗୁଆରେ ଏହି କାମ ହାସଲ କରିପାରନ୍ତି, ତା’ହେଲେ, ଏହି ଉପଲବ୍ଧି ଦ୍ରୁତ ଗତିରେ ନିଜ ନାଁରେ କରିବାରେ ଦ୍ୱିତୀୟ ବୋଲର ହୋଇପାରିବେ। ଜାଦେଜାଙ୍କ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନୀ ୧ ନମ୍ବରରେ ଅଛନ୍ତି।

ଟେଷ୍ଟ ର‍୍ୟାଙ୍କିଙ୍ଗରେ ୫ମ ସ୍ଥାନରେ ଥିବା ଜାଦେଜା ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଦିନିକିଆରେ ଭଲ ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ଆଶା କରାଯାଉଛି ଯେ, ସେ ଦିନିକିଆରେ ମଧ୍ୟ ଭଲ ବୋଲିଂ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe