ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ରବିନ୍ଦ୍ର ଜାଦେଜା ହେଲେ ଏକ ନମ୍ବର ଅଲରାଉଣ୍ଡର

Advertisment
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ରବିନ୍ଦ୍ର ଜାଦେଜା ହେଲେ ଏକ ନମ୍ବର ଅଲରାଉଣ୍ଡର

ନୂଆଦିଲ୍ଲୀ: ଟେଷ୍ଟ ର଼୍ୟାଙ୍କିଙ୍ଗରେ ରବିନ୍ଦ୍ର ଜାଦେଜା ହେଲେ ବିଶ୍ବର ଏକ ନମ୍ବର ଅଲରାଉଣ୍ଡର। ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ମୋହାଲି ଟେଷ୍ଟରେ ଅପରାଜିତ ଶତକ ହାସଲ କରି ବର୍ତ୍ତମାନ ବିଶ୍ୱର ଏକ ନମ୍ବର ଟେଷ୍ଟ ଅଲରାଉଣ୍ଡର ହୋଇପାରିଛନ୍ତି। ଆଜି ଆଇସିସି ଦ୍ବାରା ଜାରି କରାଯାଇଥିବା ଟେଷ୍ଟ ରାଙ୍କିଂ ସୂଚୀରେ ରବିନ୍ଦ୍ର ଜାଦେଜା ଶୀର୍ଷରେ ରହିଥିବା ଦେଖାଯାଇଛି। ଟେଷ୍ଟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ରବିନ୍ଦ୍ର ଜାଦେଜାଙ୍କ ୪୦୬ ରେଟିଂ ରହିଛି।

ମୋହାଲି ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଦେଜା ୯ ୱିକେଟ୍ ନେବା ବ୍ୟତୀତ ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍ କରିଥିଲେ। ମ୍ୟାଚ୍ ପୂର୍ବରୁ ରବୀନ୍ଦ୍ର ଜାଦେଜା ର଼୍ୟାଙ୍କିଙ୍ଗରେ ୩ନମ୍ବର ସ୍ଥାନରେ ରହିଥିବା ବେଳେ ଆଜି ସେ ନମ୍ବର ୧ସ୍ଥାନକୁ ଯାଇଛନ୍ତି । ମୋହାଲିରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପରେ ହିଁ ରବିନ୍ଦ୍ର ଜାଡେଜାଙ୍କୁ ବର୍ତ୍ତମାନର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବେ ୧ନମ୍ବର ସ୍ଥାନ ମିଳିଛି।

ରବିନ୍ଦ୍ର ଜାଦେଜା ଏହା ପୂର୍ବରୁ ମଧ୍ୟ ଟେଷ୍ଟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ନମ୍ବର ୧ରେ ରହିସାରିଛନ୍ତି। ୨୦୧୭ ମସିହାରେ ରବିନ୍ଦ୍ର ଜାଦେଜା ସର୍ବଦଳୀୟ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିଥିଲେ, ସେତେବେଳେ ତାଙ୍କର ୪୩୮ ପଏଣ୍ଟ ଥିଲା। ଦୀର୍ଘ ସମୟ ପରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ମାନ୍ୟତାରେ ବୃଦ୍ଧି ଘଟିଛି।

ଅନ୍ୟପକ୍ଷରେ ମୋହାଲିରେ ଶତକୀୟ ଟେଷ୍ଟ୍‌ ଖେଳୁଥିବା ପୂର୍ବ ଅଧିନାୟକ ବିରାଟ କୋହଲି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦୁଇ ପାଦ ଆଗକୁ ଆସିଥିବା ଦେଖାଯାଇଛି।  ବିରାଟ କୋହଲି ବ୍ୟାଟ୍ସମ୍ୟାନଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି, ସେ ବର୍ତ୍ତମାନ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କ ପରେ ଟିମ୍ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ତିନିଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେଷ୍ଠ ୧୦ରେ ରହିଥିବା ଦେଖାଯାଇଛି। ବିରାଟ ଓ ରୋହିତଙ୍କ ସହ ରିଷଭ ପନ୍ତ ଦଶମ ସ୍ଥାନରେ ରହିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe