ରାୟୁଡୁ ଥିଲେ ଭାରତ ବିଶ୍ବକପ୍‌ ଜିତିଥାଆନ୍ତା: ରାଇନା

Advertisment
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ରାଇନାଙ୍କ ସନ୍ନ୍ୟାସ

DTNext

ଚେନ୍ନାଇ: ୨୦୧୯ ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଶିବିରରେ ସବୁଠାରୁ ଅଧିକ ଚର୍ଚାରେ ରହିଥିଲା ୪ ନମ୍ବର ସ୍ଥାନ ବ୍ୟାଟିଂ। ବିଶ୍ବକପ୍‌ ଖେଳିବାକୁ ବିରାଟ କୋହଲିଙ୍କ ଦଳ ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ପ୍ରାୟ ଗୋଟିଏ ବର୍ଷ ଧରି ଏହି ସ୍ଥାନକୁ ନେଇ ଢେର ପରୀକ୍ଷା ନିରୀକ୍ଷା ବି ହୋଇଥିଲା। କେହି ପ୍ରଭାବୀ ରହିନଥିଲେ ମଧ୍ୟ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ଅମ୍ବାତି ରାୟୁଡୁ। ଏମଏସକେ ପ୍ରସାଦଙ୍କ ନେତୃତ୍ବାଧୀନ ଚୟନ ସମିତି କିନ୍ତୁ ରାୟୁଡୁଙ୍କ ବଦଳରେ ମଧ୍ୟମଗତି ବୋଲିଂ ଅଲରାଉଣ୍ଡର୍‌ ବିଜୟ ଶଙ୍କରଙ୍କୁ ନେଇଥିଲେ। ଶଙ୍କରଙ୍କୁ ନେଇ ଢେର ବିବାଦ ବି ଛିଡ଼ା ହୋଇଥିଲା। ମଧ୍ୟକ୍ରମରେ ଶଙ୍କର ଏବଂ ଋଷବ ପନ୍ତଙ୍କ ପ୍ରଦର୍ଶନ ମଧ୍ୟ ଦଳକୁ ନିରାଶ କରିଥିଲା। ଜାତୀୟ ଦଳରେ ସ୍ଥାନ ନ ପାଇବା ପରେ ପ୍ରସାଦଙ୍କୁ ପରୋକ୍ଷ ଇଙ୍ଗିତ କରି ରାୟୁଡୁ ମଧ୍ୟ 'ଥ୍ରୀ ଡି' ଉପାଖ୍ୟାନ ଜରିଆରେ କଟାକ୍ଷ କରିଥିଲେ। ଶେଷରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ହାରି ଭାରତ ବିଦାୟ ନେଇଥିଲା।

ସଦ୍ୟ ଅବସରପ୍ରାପ୍ତ ସୁରେଶ ରାଇନା ଶନିବାର ଦୃଢ଼ଭାବେ କହିଛନ୍ତି, 'ମୁଁ ଚାହୁଁଥିଲି ଅମ୍ବାତି ରାୟୁଡୁ ଭାରତ ପାଇଁ ୪ ନମ୍ବରରେ ଖେଳନ୍ତୁ। ବିଶ୍ବକପ୍‌ର ପୂର୍ବ ଦେଢ଼ ବର୍ଷ ସେ କଠିନ ପରିଶ୍ରମ କରିଥିଲେ ଏବଂ ଭଲ ପ୍ରଦର୍ଶନ କରିଥିଲେ। ୨୦୧୮ ମସିହାରେ ସେ ଫିଟନେସ୍‌ ପରୀକ୍ଷାରେ ବିଫଳ ହେବାରୁ ମୋତେ ଦଳରେ ନିଆଯାଇଥିଲା। ଏଥିପାଇଁ ମୋତେ ଖରାପ ଲାଗିଥିଲା। ସେ ୪ ନମ୍ବର ସ୍ଥାନରେ ଭଲ ବ୍ୟାଟସମ୍ୟାନ୍‌। ସେ ଦଳରେ ଥିଲେ ଭାରତ ନିଶ୍ଚିତ ୨୦୧୯ ବିଶ୍ବକପ୍‌ ଜିତିଥା'ନ୍ତା।''

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe