ବିଶ୍ବକପ୍‌ ବେଳେ ରାୟୁଡ଼ୁଙ୍କ ପ୍ରତି ଅନ୍ୟାୟ ହୋଇଥିଲା: ଭଜି

Advertisment
ବିଶ୍ବକପ୍‌ ବେଳେ ରାୟୁଡ଼ୁଙ୍କ ପ୍ରତି ଅନ୍ୟାୟ ହୋଇଥିଲା: ଭଜି

LatestLY

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ୍‌ ଅମ୍ବାତି ରାୟୁଡ଼ୁ (୭୧ ରନ୍‌)  ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ରାୟୁଡୁ ଏହି ଚିତ୍ତାକର୍ଷକ ପାଳି ଖେଳିବା ପରେ ତାଙ୍କୁ ଭାରତୀୟ ବିଶ୍ବକପ୍ ଦଳରେ ସ୍ଥାନ ନମିଳିବା ନେଇ ସ୍ବର ଉତ୍ତୋଳନ କରିଛନ୍ତି ଭାରତୀୟ ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂହ। ଗତ ବିଶ୍ବକପ୍‌ ଦଳରେ ସ୍ଥାନ ନମିଳିବା ରାୟୁଡ଼ୁଙ୍କ ପ୍ରତି ଘୋର ଅନ୍ୟାୟ ଥିଲା ବୋଲି ସେ କହିଛନ୍ତି। ଚତୁର୍ଥ ସ୍ଥା‌ନରେ ବ୍ୟାଟିଂ ଲାଗି ରାୟୁଡୁ ପ୍ରଥମ ପସନ୍ଦର ଖେଳାଳି ଥିଲେ। ହେଲେ କେଜାଣି କାହିଁକି ଭାରତୀୟ ବିଶ୍ବକପ୍‌ ଦଳରେ ‌ସେହି ସ୍ଥାନ ଲାଗି ବିଜୟ ଶଙ୍କରଙ୍କୁ ନିଆଯାଇଥିଲା। ରାୟୁଡୁ ଭାରତୀୟ ଦଳରେ ଥିଲେ ବିଶ୍ବକପ୍ ଫଳାଫଳ ହୁଏତ ଭିନ୍ନ ହୋଇଥା’ନ୍ତା ବୋଲି ଭଜି ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ରାୟୁଡ଼ୁ ଓ ଫାଫ୍‌ ଡୁ’ପ୍ଲେସିସ୍‌ଙ୍କ ଭାଗିଦାରୀ ହିଁ ଚଳିତ ଆଇପିଏଲ୍‌ର ଉଦଘାଟନୀ ମୁକାବିଲାରେ ସିଏସ୍‌କେର ବିଜୟ ପଥକୁ ସହଜ କରି ଦେଇଥିଲା। ‘‘ଦୁଇ ବର୍ଷ ତଳେ ଆମେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜେତା ହୋଇଥିଲୁ। ସେହିବର୍ଷ ଆମେ ପ୍ରଥମ ମ୍ୟାଚ୍‌ରେ ବି ମୁମ୍ବାଇକୁ ହରାଇଥିଲୁ। ଚଳିତ ବର୍ଷ ଏପରି ହୋଇଥିବାରୁ ମୋର ବିଶ୍ବାସ ଆମ ଅଭିଯାନର ଶେଷ ମଧ୍ୟ ବହୁତ ସୁଖଦ ଓ ଭଲ ହେବ। ରାୟୁଡ଼ୁ ଯେପରି ଖେଳିଲେ, ତାଙ୍କୁ ଯେତେ ପ୍ରଶଂସା କଲେ ବି ତାହା କମ୍‌ ହେବ। ମୁଁ ଭାବୁଛି ଗତ ବର୍ଷ ବିଶ୍ବକପ୍‌ ଭାରତୀୟ ଦଳରେ ସ୍ଥାନ ନ ମିଳିବା ତାଙ୍କ ପ୍ରତି ଘୋର ଅନ୍ୟାୟ ହୋଇଥିଲା। ସେ ଦଳରେ ସ୍ଥାନ ପାଇବାର ପୂରା ହକ୍‌ଦାର ଥିଲେ’’ ବୋଲି ଭଜି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe