ରାଇନାଙ୍କ ସ୍ଥାନ ରାୟୁଡ଼ୁ ନେବେ!

Advertisment
କାରିବିୟାନ୍‌ ପ୍ରିମିୟର ଲିଗ୍‌ ଖେଳିବେ ଅମ୍ବାତି ରାୟୁଡୁ: ତାମ୍ବେଙ୍କ ପରେ ଦ୍ବିତୀୟ ଭାରତୀୟ

India TV

ଦୁବାଇ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ସୁରେଶ ରାଇନାଙ୍କ ସ୍ଥାନ କିଏ ନେବ? ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଥିଲା ବେଳେ ନ୍ୟୁଜିଲାଣ୍ଡର ପୂର୍ବତନ ଅଲ୍‌ରାଉଣ୍ଡର ସ୍କଟ ଷ୍ଟାଇରିସ ବିକଳ୍ପ କଥା କହିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅମ୍ବାତି ରାୟୁଡୁ ହିଁ ରାଇନାଙ୍କ ସ୍ଥାନ ନେଇପାରିବେ ବୋଲି ଷ୍ଟାଇରିସ ଆଶାବ୍ୟକ୍ତ କରିଛନ୍ତି। ରାୟୁଡୁ ଆଇପିଏଲ୍‌-୨୦୧୮ରେ ‌ସିଏସ୍‌କେ ପକ୍ଷରୁ ଖେଳି ୧୪୯.୭୫ ହାରରେ ୬୦୨ ରନ୍‌ ସଂଗ୍ରହ କରିଥିଲେ। ଏହି ପ୍ରଦର୍ଶନ ଯୋଗୁଁ ସେ ଭାରତୀୟ ଏକଦିବସୀୟ ଦଳରେ ସ୍ଥାନ ପାଇଥିଲେ। ସେ ୩ ନମ୍ବର ସ୍ଥାନ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ୨ ବର୍ଷ ତଳେ ସିଏସ୍‌କେ ପକ୍ଷରୁ ଓପନିଂ କରିଥିଲେ। ମୋର ବ୍ୟକ୍ତିଗତ ମତ ହେଉଛି, ୩ ନମ୍ବର ସ୍ଥାନ ଲାଗି ରାୟୁଡ଼ୁ ଯୋଗ୍ୟ। ସେ ହିଁ ରାଇନାଙ୍କ ସ୍ଥାନ ନେଇପାରିବେ। ଧୋନିଙ୍କ ନେତୃତ୍ବରେ ଦଳ ସନ୍ତୁଳନ ରହିଛି। ରାଇନା ଓ ହରଭଜନ ସିଂହ ନ ରହିଲେ ମଧ୍ୟ ଏହା ଦଳ ଉପରେ ବଡ଼ ଧରଣ ପ୍ରଭାବ ପକାଇ ପାରିବନି ‌ବୋଲି ଷ୍ଟାଇରିସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe