ଆଇପିଏଲ : ସଲ୍ଟ, କୋହଲିଙ୍କ ଅର୍ଦ୍ଧଶତକ, ରାଜସ୍ଥାନ ରୟାଲ୍ସକୁ ୯ ଓ୍ବିକେଟରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୯ ଓ୍ବିକେଟରେ ହରାଇଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ।

rcb

ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୯ ଓ୍ବିକେଟରେ ହରାଇଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ଆରସିବି ଆଗରେ ୧୭୪ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୭.୩ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ୧୭୫ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଫିଲିପ ସଲ୍ଟ ୬୫ ରନ କରିଥିବାବେଳେ ବିରାଟ କୋହଲି ୬୨ ରନ ଓ ଦେବଦତ୍ତ ପଡ଼ିକଲ୍ଲ ୪୦ ରନ କରିଥିଲେ । 

ଆରସିବି ଆଗରେ ୧୭୪ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୭.୩ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ୧୭୫ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଫିଲିପ ସଲ୍ଟ ୬୫ ରନ କରିଥିବାବେଳେ ବିରାଟ କୋହଲି ୬୨ ରନ ଓ ଦେବଦତ୍ତ ପଡ଼ିକଲ୍ଲ ୪୦ ରନ କରିଥିଲେ । 

ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୪ ଓ୍ବିକେଟ ହରାଇ ୧୭୩ ରନ  କରିଥିଲା । ସେ ମାତ୍ର ୪୭ଟି ବଲ ଖେଳି ୨ ଛକା ଓ ୧୦ ଚୌକା ସହ ଏହି ସ୍କୋର କରିଥିଲେ । ସେହିପରି ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୭୫ ରନ କରିଥିବାବେଳେ ଧ୍ରୁବ ଜୁରେଲ ୩୫ ରନ ଓ ରିୟାନ ପରାଗ ୩୦ ରନ କରିଥିଲେ । ଅଧିନାୟକ ସଂଜୁ ସାମସନ ୧୫ ରନ କରିଥିଲେ । ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ବର କୁମାର, ୟଶ ଦୟାଲ, କ୍ରୁନାଲ ପାଣ୍ଡ୍ୟା ଓ ଜସ ହଜେଲଉଡ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe