ଆର୍‌ସିବିର ପ୍ରଶିକ୍ଷକ ହେଲେ ନେହେରା, କର୍ଷ୍ଟେନ୍‌

Advertisment
କର୍ଷ୍ଟେନ୍‌ ଓ ନେହେରାଙ୍କୁ ବିଦା କଲା ଆର୍‌ସିବି, କଟିଚ୍‌ ମୁଖ୍ୟ ପ୍ରଶିକ୍ଷକ

ବେଙ୍ଗାଲୁରୁ: ନିକଟରେ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ଭାରତୀୟ ଦ୍ରୁତ ବୋଲର ଆଶିଷ ନେହେରା ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଗ୍ୟାରି କର୍ଷ୍ଟେନ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଗତବର୍ଷ ନଭେମ୍ବରରେ ଅବସର ନେଇଥିବା ନେହେରା ଆର୍‌ସିବିର ବୋଲିଂ ପ୍ରଶିକ୍ଷକ ଏବଂ କର୍ଷ୍ଟେନ୍‌ ବ୍ୟାଟିଂ ପ୍ରଶିକ୍ଷକ ରହିଛନ୍ତି। ୧୮ ବର୍ଷ ଧରି ଖେଳାଳି ଭାବେ ରହିଥିବା ନେହେରା ପ୍ରଥମ ଥର ଲାଗି ପ୍ରଶିକ୍ଷକ ଦାୟିତ୍ୱ ନେବାକୁ ଯାଉଛନ୍ତି। ନ୍ୟୁଜିଲାଣ୍ଡ୍‌ ସ୍ପିନ୍‌ ଅଲ୍‌ରାଉଣ୍ଡର ଡାନିଏଲ୍‌ ଭିଟୋରି ଆର୍‌ସିବିର ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି। ଏହି ନୂଆ ପ୍ରଶିକ୍ଷକ ଯୋଡ଼ି ଜାନୁଆରି ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ହେବାକୁଥିବା ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ଖେଳାଳି ଚୟନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe