୧୨ଘଣ୍ଟାରେ ସବୁ ବ୍ୟବସ୍ଥା କରିବା ଅସମ୍ଭବ, ପୁଲିସ ଭଗବାନ ନୁହନ୍ତି: ସିଏଟି

Advertisment
t

ନୂଆଦିଲ୍ଲୀ: "ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋ(ଆରସିବି) ଦାୟୀ। ପୁଲିସ ବି ମଣିଷ। ୧୨ଘଣ୍ଟା ଭିତରେ ସବୁ ବ୍ୟବସ୍ଥା କରିବା ସମ୍ଭବ ନୁହେଁ।" ଆଜି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ଏଭଳି ବିବୃତି ଦେଇଛି। ଚିନ୍ନାସ୍ୱାମୀ କ୍ରିକେଟ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ପାଇଁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ଆରସିବିକୁ ଦାୟୀ କରିଛି।

କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ କହିଛି ଯେ, ଆରସିବି ବିଜୟ ଉତ୍ସବ ନିମନ୍ତ୍ରଣପତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଏହାଦ୍ବାରା ଲୋକଙ୍କ ପାଖରେ ସୂଚନା ପହଞ୍ଚିବାରୁ ଲକ୍ଷ ଲକ୍ଷ ଲୋକେ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ। ପୁଲିସକୁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ସମୟ ନଥିଲା। ଆରସିବି ପୁଲିସଠାରୁ ଉପଯୁକ୍ତ ଅନୁମତି କିମ୍ବା ସମ୍ମତି ନେଇ ନଥିଲା। ୧୨ଘଣ୍ଟାରୁ କମ୍ ସମୟ ମଧ୍ୟରେ ପୁଲିସ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବ ବୋଲି ଆଶା କରାଯାଇ ପାରିବ ନାହିଁ। ପୁଲିସ କର୍ମଚାରୀମାନେ ମଧ୍ୟ ମଣିଷ। ସେମାନେ 'ଭଗବାନ' ନୁହଁନ୍ତି କିମ୍ବା ଯାଦୁକର ନୁହଁନ୍ତି। ସେମାନଙ୍କ ପାଖରେ 'ଆଲ୍ଲାଦିନ କା ଚିରାଗ' ପରି ଯାଦୁକରୀ ଶକ୍ତି ନାହିଁ ଯେ ସେମାନେ ଆଙ୍ଗୁଠି ଘଷି ଯେକୌଣସି ଇଚ୍ଛା ପୂରଣ କରିପାରିବେ।"

କେନ୍ଦ୍ର ସରକାର ବେଙ୍ଗାଲୁରୁ ଷ୍ଟାଡିୟମରେ ଦଳାଚକଟା ଘଟଣାରେ ଆଇପିଏସ୍ ଅଧିକାରୀ ବିକାଶ କୁମାର ବିକାଶଙ୍କ ନିଲମ୍ବନକୁ ଅନୁମୋଦନ କରିବାର ଦୁଇ ଦିନ ପରେ କେନ୍ଦ୍ରୀୟ ଟ୍ରିବ୍ୟୁନାଲ୍ ତାଙ୍କ ନିଲମ୍ବନକୁ ଖାରଜ କରିଛନ୍ତି। ଟ୍ରିବ୍ୟୁନାଲ୍ ତାଙ୍କ ନିଲମ୍ବନକୁ ଖାରଜ କରି କହିଛି ଯେ, ଆଇପିଏସ୍ ଅଧିକାରୀଙ୍କର ସଂକ୍ଷିପ୍ତ ନିଲମ୍ବନ ଅବଧିକୁ ସେବା ଅବଧି ଭାବରେ ଗଣନା କରାଯିବା ଉଚିତ।

ଟ୍ରିବ୍ୟୁନାଲ୍ କର୍ଣ୍ଣାଟକ ସରକାରଙ୍କୁ ଅନ୍ୟ ଦୁଇ ଅଧିକାରୀ, ବି ଦୟାନନ୍ଦ (ଯିଏ ବେଙ୍ଗାଲୁରୁ ପୁଲିସ କମିଶନର ଥିଲେ) ଏବଂ ଶେଖର ଏଚ୍ ଟେକ୍କନ୍ନଭର (ଯିଏ ପୁଲିସ ଡେପୁଟି କମିଶନର ଥିଲେ)ଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ନେଇ ବିଚାର କରିବାକୁ ପରାମର୍ଶ ଦେଇଛି

ଟ୍ରିବ୍ୟୁନାଲ କହିଛି ଯେ, "ଯଥେଷ୍ଟ ପ୍ରମାଣ ନଥାଇ ବି ପୁଲିସ ଅଧିକାରୀମାନଙ୍କୁ ନିଲମ୍ବିତ କରିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ନିଲମ୍ବନ ପାଇଁ ଆଦେଶ ଦେବା ସମୟରେ, ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ତ୍ରୁଟି କିମ୍ବା ଅବହେଳା ଦର୍ଶାଉଥିବା ଭଳି କୌଣସି ବିଶ୍ୱାସଯୋଗ୍ୟ ପ୍ରମାଣ ନଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe