ଦୁବାଇ: ଆଉ ସପ୍ତାହେ ପରେ ଆରମ୍ଭ ହେବାକୁଥିବା ଆଇପିଏଲ୍ ପାଇଁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ଖେଳାଳିମାନେ ଭଲ ଭାବେ ପ୍ରସ୍ତୁତ ହୋଇରହିଛନ୍ତି। ଏଥିସହ ୫ ମାସ ଘରେ ରହିଲା ପରେ ବି ସମସ୍ତଙ୍କର ଶାରୀରିକ ଦକ୍ଷତାକୁ ନେଇ ଅଧିନାୟକ ବିରାଟ କୋହଲି ସନ୍ତୋଷ ବ୍ୟକ୍ତି କରିଛନ୍ତି। ଏପରିକି ସେ ନିଜେ ମଧ୍ୟ ଅଭ୍ୟାସ ଶିବିରର ପ୍ରଥମ ଦିନର ଅଭ୍ୟାସ ପରେ ଭଲ ଅନୁଭବ କରୁଥିବା ଦଳ ପକ୍ଷରୁ ଜାରି ଏକ ଭିଡିଓରେ କହିଛନ୍ତି। ସମସ୍ତଙ୍କ ପାଖରେ ଥିବା ଗୁଣକୁ ମାର୍ଜିତ କରିବାକୁ ଚେଷ୍ଟା ଜାରି ରହିଛି। ଯାହା ବି ତ୍ରୁଟି ଅଛି, ତାହାକୁ ସୁଧରାଯାଉଛି। ତେଣୁ ଦଳୀୟ ପରିଚାଳକ ଖେଳାଳିଙ୍କର ଦୁଇ ସପ୍ତାହର ଅଭ୍ୟାସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଆହତ ଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ସନ୍ତୁଳିତ ଅଭ୍ୟାସ କରାଯାଉଛି। ଅଭ୍ୟାସ ପରେ ଖେଳାଳିମାନଙ୍କୁ ସ୍ବାଭାବିକ ଅବସ୍ଥାକୁ ଆସିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଉଛି। କାରଣ ଦୀର୍ଘ ଦିନଧରି ଏମାନେ ଅଭ୍ୟାସଠୁ ଦୂରରେ ଅଛନ୍ତି। ଏପରି ଧାରା ଆଗାମୀ କିଛି ଦିନ ପାଇଁ ମଧ୍ୟ ଜାରି ରହିବ ବୋଲି କୋହଲି କହିଛନ୍ତି। ଅଭ୍ୟାସର ପ୍ରଥମ କିଛି ଦିନ ଆମର ଆଖିକୁ ନିର୍ଧାରିତ ସ୍ଥାନରେ ରଖିବା ପାଇଁ ଚେଷ୍ଟା କରିଥିଲୁ। ଏଥିରେ ଆମେ ସଫଳ ହେବା ପରେ ପରିସ୍ଥିତି ଅନୁସାରେ କିପରିି ଖେଳାଯିବ ତାହା ଉପରେ କାମ କରାଯିବ। ଯଦିଓ ଏଥିପାଇଁ ଟିକେ ସମୟ ଲାଗିବ, ତଥାପି ପରବର୍ତ୍ତୀ ସମୟରେ ବଡ଼ ସଟ୍ ମାରିବାର ଦକ୍ଷତା ପୁଣିଥରେ ସମସ୍ତେ ଫେରିପାଇବେ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି। ତେଣୁ ଯେଉଁଭଳି ଭାବେ ଖେଳାଳିମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି ସେଥିରେ କୋହଲି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଇପିଏଲ୍ରେ ଆର୍ସିବିର ପ୍ରଥମ ମୁକାବିଲା ୨୧ ତାରିଖରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବ।
ଆର୍ସିବି ଖେଳାଳିଙ୍କ ଶାରୀରିକ ଦକ୍ଷତାକୁ ନେଇ ସନ୍ତୋଷ ବ୍ୟକ୍ତ କଲେ କୋହଲି
Advertisment
Follow Us