ନୂଆଦିଲ୍ଲୀ: କୋହଲିଙ୍କ ଲକି ନମ୍ବର ୧୮ । ଏକଥା ସାରା ଦୁନିଆ ଜାଣିଛି । ଆଉ କୋହଲିଙ୍କ ପ୍ରଶଂସକ ତ ୧୮ ନଂ ଜର୍ସି ପିନ୍ଧି ଗତକାଲି ଠାରୁ ଆରସିବି ବିଜୟର ଉତ୍ସବ ମନାଉଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗତକାଲିର ମ୍ୟାଚରୁ ଫାଇନାଲ୍ ଟ୍ରଫି ହାତେଇବା ଯାଏଁ ହିଁ ୧୮ ନଂ ସଂଖ୍ୟାର ଏକ ବିରାଟ ସଂଯୋଗ ଥିଲା । ହଁ ‘ବିରାଟ’ ସଂଯୋଗ, ମାନେ ଆରସିବି ଆଇପିଏଲ୍ ଚାମ୍ପିୟନ ହେବା ପରେ ତ ଟିମର ୧୮ ବର୍ଷର ସ୍ବପ୍ନ ପୂରଣ ହୋଇଥିଲା ଆଉ ୧୮ ବର୍ଷ ଅପେକ୍ଷାର ଅନ୍ତ ହୋଇଥିଲା । 

Advertisment

ଅଧିକ ପଢନ୍ତୁ-

କାନ୍ଦିଲେ କିଙ୍ଗ୍ କୋହଲି: ବିଜୟ ପରେ ବିରାଟଙ୍କ ଆଖିର ଏରୁଣ୍ଡି ଡେଇଁ ବହିଗଲା ଅପେକ୍ଷାର ଲୁହ...

ସେପଟେ ଏହି ୧୮ ବର୍ଷର ସ୍ବପ୍ନ ସାକାର ପଛରେ ଥିଲା ୧୮ ନଂ ଜର୍ସି ପିନ୍ଧା ଷ୍ଟାର ବ୍ୟାଟର ବିରାଟଙ୍କ ପରିଶ୍ରମ, ସଂଘର୍ଷ, ତ୍ୟାଗ ଏବଂ ଗୋଟିଏ ଦଳ ପ୍ରତି ସମର୍ପଣ ଭାବ । କୋହଲିଙ୍କ ଜର୍ସି ନମ୍ବର ୧୮, ଆରସିବି ଚାମ୍ପିୟନ ହେବା ବର୍ଷ ବି ୧୮ ... ଆଉ ସବୁଠାରୁ ବଡ ସଂଯୋଗ କଣ ଜାଣନ୍ତି- ଗତକାଲି ତାରିଖକୁ ଯଦି ଆପଣ ମିଶାଇ ଦେବେ ତାହାଲେ ମୋଟ ସଂଖ୍ୟାର ପରିମାଣ ବି ହେବ ୧୮ । ଗତକାଲି ତାରିଖ ଥିଲା ୦୩.୦୬.୨୦୨୫ ଏହି ତାରିଖର ସମସ୍ତଙ୍କ ସଂଖ୍ୟାକୁ ଯଦି ଆମେ ଯୋଗ କରିବା ତାହାଲେ ୦୩+୦୬+୨+୦+୨+୫= ୧୮ ହିଁ ସଂଖ୍ୟା ପଡୁଛି । ତେଣୁ ଖାଲି ଗୋଟିଏ ଦିନରେ ତିନି ତିନି ୧୮ ଅଙ୍କକୁ ନେଇ ସଂଯୋଗ । 

ukk8ik
Photograph: (Sambad.in)

 

ଖାଲି ସେତିକି ନୁହେଁ ଚଳିତ ଆଇପିଏଲ ସିଜନରେ ବି ୧୮କୁ ନେଇ ଏକ ବଡ଼ ସଂଯୋଗ ଆରସିବି ଏବଂ ବିରାଟଙ୍କୁ ନେଇ ରହିଛି । ୨୦୨୫ ଆଇପିଏଲର ୧୮ତମ ସଂସ୍କରଣ ହୋଇଥିବା ବେଳେ ବିରାଟ କୋହଲି ଚଳିତ ଆଇପିଏଲରେ କରିଥିବା ମୋଟ ରନର ସଂଖ୍ୟା ୬୫୭ । ଯାହାକୁ ବି ଆପଣ ମିଶାଇଲେ ୬+୫+୭= ୧୮ ହିଁ ହେବ । ଦେଖନ୍ତୁ ଗୋଟିଏ ଆଇପିଏଲରେ ୧୮ ସଂଖ୍ୟାକୁ ନେଇ ପାଞ୍ଚଟି ସଂଯୋଗ ସାମ୍ନାକୁ ଆସିଲାଣି ।

ଅଧିକ ପଢନ୍ତୁ-

ବିଜୟ ପରେ କାନ୍ଦୁଥିଲେ କୋହଲି, ଲୁହ ପୋଛିଦେଲେ ଅନୁଷ୍କା: ସାମ୍ନାକୁ ଆସିଲା ସ୍ବାମୀ-ସ୍ତ୍ରୀଙ୍କ ଖୁସି ମଜାର ଫଟୋ

ତେବେ ଇଏ ତ ଗଲା ଚଳିତ ସିଜିନର କଥା । ଯଦି ଆପଣ ଆଇପିଏଲର ପ୍ରଥମ ସଂସ୍କରଣ କଥା ଦେଖିବେ ତାହାଲେ ସେଠାରେ ବି ୧୮କୁ ନେଇ ସଂଯୋଗ ରହିଛି । କାରଣ ୨୦୦୮ ଏପ୍ରିଲ ୧୮ ତାରିଖରେ ହିଁ ବେଙ୍ଗାଲୁରୁରେ ଆରସିବି ଓ କେକେଆର ମଧ୍ୟରେ ମ୍ୟାଚ୍ ହୋଇଥିଲା । ପ୍ରଥମ ସଂସ୍କରଣରେ ବେଙ୍ଗାଲୁରୁ ଅଭିଯାନ ଆରମ୍ଭ କରିଥିବା ଆରସିବି ଶେଷରେ ୨୦୨୫ରେ ଅହମଦାବାରୁ ଟ୍ରଫି ନେଇ ବେଙ୍ଗାଲୁରୁ ଯାଇଛି । ଏଥିସହ ୧୮ ସଂଖ୍ୟାକୁ ନେଇ ଏକ ବଡ ସଂଯୋଗର ସୂତ୍ରପାତ କରିଛି ।