ବଦଳ ଖେଳାଳି ବାଛିଲେ ଆର୍‌ସିବି, ଆର୍‌ଆର୍‌, ଡିସି

ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି), ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଆହତ ଯୋଗୁଁ ନିଜ ନିଜ ଦଳରୁ ବାଦ୍‌ ପଡ଼ିଥିବା ଖେଳାଳିଙ୍କ ସ୍ଥାନ ପୂରଣ କରିଛନ୍ତି। ଆର୍‌ସିବି ଦେବଦତ୍ତ ପଡ଼ିକଲ୍‌ଙ୍କ ସ୍ଥାନ‌ରେ ମୟଙ୍କ ଅଗ୍ରୱାଲଙ୍କୁ ନେଇଛି।

Royal Challenges Bengaluru

Royal Challenges Bengaluru Photograph: (sambad.in)

ନୂଆଦିଲ୍ଲୀ: ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି), ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଆହତ ଯୋଗୁଁ ନିଜ ନିଜ ଦଳରୁ ବାଦ୍‌ ପଡ଼ିଥିବା ଖେଳାଳିଙ୍କ ସ୍ଥାନ ପୂରଣ କରିଛନ୍ତି। ଆର୍‌ସିବି ଦେବଦତ୍ତ ପଡ଼ିକଲ୍‌ଙ୍କ ସ୍ଥାନ‌ରେ ମୟଙ୍କ ଅଗ୍ରୱାଲଙ୍କୁ ନେଇଛି। ପଡ଼ିକଲ ଚଳିତ ଋତୁରେ ୧୦ ମ୍ୟାଚ୍‌ ଖେଳି ୨୪୭ ରନ୍‌ କରିଥିଲେ। ମାଂସପେଶୀ ଜନିତ ସମସ୍ୟା ପାଇଁ ସେ ଦଳରୁ ବାଦ୍‌ ପଡ଼ିଥିଲେ। ‌୧୨୭ ଆଇପିଏଲ୍‌ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଥିବା ମୟଙ୍କଙ୍କୁ ଆର୍‌ସିବି ୧କୋଟି ଟଙ୍କାରେ ନେଇଛି।

ସେହିପରି ରାଜସ୍ଥାନ ରୟାଲ୍ସ ଦୁଇ ଆହତ ଖେଳାଳି ନୀତୀଶ ରାଣା ଓ ସନ୍ଦୀପ ଶର୍ମାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଅନ୍‌କ୍ୟାପ୍‌ଡ ଖେଳାଳି ବ୍ୟାଟର୍‌ ଲନ-ଡି ପ୍ରିଟୋରିୟସ୍‌ ଏବଂ ୱିକେଟ୍‌କିପର ନାଦ୍ରେ ବର୍ଗରଙ୍କୁ ନେଇଛି। ଏହି ଦୁଇ ଖେଳାଳି ଏସ୍‌ଏ୨୦ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ତା’ ଆହତ ଇଂଲିସ୍‌ ଖେଳାଳି ହ୍ୟାରି ବ୍ରୁକ୍‌ଙ୍କ ସ୍ଥାନରେ ଆଫ୍‌ଗାନିସ୍ତାନର ସେଦିକ୍‌ଉଲ୍ଲା ଅଟଳକୁ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe