ଆଇପିଏଲ ୧୩ : ଟସ୍‌ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଚେନ୍ନାଇ

Advertisment
ଆଇପିଏଲ ୧୩ : ଟସ୍‌ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଚେନ୍ନାଇ

ଦୁବାଇ: ଆଜିର ଆଇପିଏଲ-୧୩ର ୪୪ତମ ମ୍ୟାଚରେ  ମୁହାଁମୁହିଁ ହେବେ ବାଙ୍ଗାଲୋର ଓ ଚେନ୍ନାଇ । ଆଜି ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବୋଲିଂ କରିବ ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲରୁ ପ୍ଲେ ଅଫ ଦୌଡରୁ ବାଦ ପଡିସାରିଛି ଚେନ୍ନାଇ । ତେଣୁ ଆଜିର ମ୍ୟାଚ ବାଙ୍ଗାଲୋର ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ଆଜି ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ପଦାର୍ପଣ ମ୍ୟାଚ୍ ଖେଳୁଛନ୍ତି ଝାଡଖଣ୍ଡର ପେସ୍ ବୋଲର୍ ମୋନୁ କୁମାର। ମୋନୁ କୁମାରଙ୍କୁ ୨୦୧୮ ମସିହାରେ ଚେନ୍ନାଇ ଦଳ କିଣିଥିଲା ମାତ୍ର ଏଯାବତ୍ ସେ ଖେଳିବାର ସୁଯୋଗ ପାଇପାରି ନଥିଲେ।

ଚଳିତ ଆଇପିଏଲରେ ବାଙ୍ଗାଲୋର ୧୦ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୩ ପରାଜୟକୁ ସାମ୍ନା କରିଛି । ଫଳରେ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେହିପରି ଚେନ୍ନାଇ ୧୧ଟି ମ୍ୟାଚରୁ ୩ଟି ବିଜୟ ଓ ୮ଟି ପରାଜୟ ଲାଭ କରି ପଏଣ୍ଟ ଟେବୁଲର ଶେଷରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe