ଆର୍‌ସିବି ଆଚରଣ ନେଇ‌ କୋହଲି ଚକିତ

ଆର୍‌ସିବି ଆଚରଣ ନେଇ‌ କୋହଲି ଚକିତ

ହାମିଲଟନ୍‌: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ପାଖେଇ ଆସୁଥିବା ବେଳେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆରସିବି) ଏହାର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରୁ ଅଧିନାୟକ ବିରାଟ କୋହଲିଙ୍କ ଫଟୋକୁ ହଟାଇ ଦେବା ଘଟଣା ଚର୍ଚାକୁ ଆସିଛି। ଆର୍‌ସିବି ନିଜର ବିଭିନ୍ନ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରୁ କୋହଲିଙ୍କ ପ୍ରୋଫାଇଲ୍‌ ଛବି, ଡିସ୍‌ପ୍ଲେ ଛବି, କଭର ଛବି ଏବଂ ପୋଷ୍ଟ୍‌ସବୁକୁ ମଧ୍ୟ ହଟାଇ ଦେଇଛି। ଟ୍ବିଟର୍, ଇନ୍‌ଷ୍ଟାଗ୍ରାମ ଏବଂ ଫେସ୍‌ବୁକ୍‌ରେ ସମାନ କଥା କରାଯାଇଛି। ଫ୍ରାଞ୍ଚାଇଜ୍‌ ଏହାର ସାମାଜିକ ଗଣମାଧ୍ୟମର ନାମକୁ ମଧ୍ୟ ‘ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’କୁ ପରିବର୍ତନ କରି ‘ରୟାଲ୍ ଚାଲେଞ୍ଜର୍ସ’ କରିଛି। ସମ୍ପ୍ରତି ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ନେତୃତ୍ବ ନେଉଥିବା କୋହଲି ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି। ‘ମୁଁ ଏଭଳି ଦେଖି ଆଶ୍ଚର୍ଯ୍ୟ, ଦଳର ଅଧିନାୟକ ଭାବେ ମୋତେ ସୂଚନା ଦିଆଯିବା କଥା। ‘କିଛି ସାହାଯ୍ୟ ଆବଶ୍ୟକ ଥିଲେ ମୋତେ ଜଣାଅ’ ବୋଲି କୋହଲି ମଧ୍ୟ ଆର୍‌ସିବିକୁ ଟ୍ବିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୮ ମସିହାଠାରୁ ଆଇପିଏଲ୍‌ ଆରମ୍ଭ ହୋଇଥିବା ବେଳେ ଆର୍‌ସିବି ଥରେ ବି ବିଜେତା ହୋଇପାରିନାହିଁ। ଭାଗ୍ୟର ପରିବର୍ତନ ଆଶା କରି ଆର୍‌ସିବି ଏଭଳି କିଛି କରିଥିବା ଆଶଙ୍କା କରାଯାଉଛି। ଆର୍‌ସିବିର ଅନ୍ୟତମ ସଦସ୍ୟ ତଥା ଭାରତୀୟ ଦଳର ଲେଗ୍‌ସ୍ପିନର୍ ୟୁଜବେନ୍ଦ୍ର ଚହଲ ମଧ୍ୟ ଚକିତ ହୋଇ ଟ୍ବିଟ୍‌ କରିଛନ୍ତି ‘ଆରେ ଏ କି ଗୁଗ୍‌ଲି’। ଆର୍‌ସିବି ପାଇଁ ଖେଳୁଥିବା ଦକ୍ଷିଣ ଆଫ୍ରିକା ତାରକା ଏବି ଡି’ଭିଲିୟର୍ସ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ୨୦୨୦ ଆଇପିଏଲ୍‌ ଋତୁ ପାଇଁ ଆର୍‌ସିବି ମଧ୍ୟ ମୁଥୁଥ୍ ଫିନକର୍ପକୁ ଟାଇଟଲ୍‌ ପ୍ରା‌ୟୋଜକ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe