ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଖୁସି ଖବର ଆସିଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ ସଂସ୍କରଣର ୫ଟି ଘରୋଇ ମ୍ୟାଚ୍ ଖେଳାଯିବ। ଆରସିବିର ଅନ୍ୟ ୨ଟି ମ୍ୟାଚ୍ ରାୟପୁରସ୍ଥିତ ସହିଦ ବୀର ନାରାୟଣ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜନ ହେବ। ଆରସିବି ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗତବର୍ଷ ଆଇପିଏଲ୍ ଚାମ୍ପିଅନ ହେଲା ପରେ ଉତ୍ସବ ପାଳନ ସମୟରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ହୋଇଥିଲା। ଏହି ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା ପରେ ଏଠାରେ ଗୋଟିଏ ମଧ୍ୟ ଘରୋଇ ମ୍ୟାଚ୍ ଖେଳାଯାଇ ନାହିଁ। ଏଥି ସହିତ ଚଳିତ ବର୍ଷ ମ୍ୟାଚ୍ ଆୟୋଜନ ନେଇ ସଙ୍କଟ ପରିସ୍ଥିତି ଦେଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଚାମ୍ପିଅନ ଟିମ୍କୁ ଅନ୍ୟ ସ୍ଥାନରେ ମ୍ୟାଚ୍ ଖେଳିବାକୁ ପଡ଼ିପାରେ ବୋଲି ଆଶା କରାଯାଉଥିଲା।
ଆହୁରି ପଢ଼ନ୍ତୁ: Pakistani Players ଲିଗ୍ କ୍ରିକେଟ୍ରେ ପାକିସ୍ତାନୀ ଖେଳାଳି ଅଲୋଡ଼ା
ମାସମାସ ଧରି ଅନିଶ୍ଚିତତା ମଧ୍ୟରେ ଆରସିବି ପରିଚାଳନା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛି ଯେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆରସିବି ନିଜର ବିଜ୍ଞପ୍ତିରେ କହିଛି ଯେ, ମାସ ମାସ ଧରି ପରିଶ୍ରମ ଏବଂ ସବୁ ସଂପର୍କିତ ପକ୍ଷମାନଙ୍କ ସହିତ ସମନ୍ବୟ କରାଯିବା ପରେ ଏହା ସମ୍ଭବ ହୋଇଛି। ଆମେ ଏହି ସହଯୋଗ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିଟେ୍ ସଂଘ (KSCA) ଏବଂ କର୍ଣ୍ଣାଟକ ପୁଲିସକୁ ଧନ୍ୟବାଦ ଜଣାଉଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/03/rcb-2026-03-03-21-23-34.jpg)