ଲଣ୍ଡନ: ବିଶ୍ବରେ ଫ୍ରାଞ୍ଚାଇଜ୍ ଭିତ୍ତିକ ଲିଗ୍‌ କ୍ରିକେଟ୍‌ର ଲୋକପ୍ରିୟତା ବଢିଚାଲିଥିବାବେଳେ ଏଥିରୁ ପାକିସ୍ତାନୀ ଖେଳାଳିମାନେ ବିଶେଷ ଉପକୃତ ହୋଇପାରୁନାହାନ୍ତି। ବଡ଼ ବଡ଼ ଲିଗ୍‌ ଗୁଡ଼ିକରେ ଖେଳୁଥିବା ଅଧିକାଂଶ ଫ୍ରାଞ୍ଚାଇଜ୍‌ ଭାରତୀୟ ନିବେଶକଙ୍କ ନିୟନ୍ତ୍ରଣରେ ଥିବାରୁ ପାକିସ୍ତାନୀ ଖେଳାଳିଙ୍କୁ ସାମିଲ କରିବାକୁ ଅଧିକାଂଶ ଦଳ ପଛଘୁଞ୍ଚା ଦେଉଛନ୍ତି।

Advertisment

ଆସନ୍ତା ମାସରେ ଇଂଲଣ୍ଡର କ୍ରିକେଟ୍‌ ଲିଗ୍‌ ‘ଦି ହଣ୍ଡ୍ରେଡ୍’ ନିଲାମ ପାଇଁ ଆଇପିଏଲ୍ ଫାଞ୍ଚାଇଜ୍‌ମାନଙ୍କ ସହ ଜଡିତ ଦଳଗୁଡ଼ିକ ପାକିସ୍ତାନୀ କ୍ରିକେଟରଙ୍କୁ ସାମିଲ କରୁବାକୁ ବିଚାର କରୁନାହାଁନ୍ତି। ଦି ହଣ୍ଡ୍ରେଡ୍‌ର ଆଠଟି ଫ୍ରାଞ୍ଚାଇଜ୍ ମଧ୍ୟରୁ ଚାରୋଟି - ମାଞ୍ଚେଷ୍ଟର ସୁପର ଜାଏଣ୍ଟ୍‌ସ, ଏମଆଇ ଲଣ୍ଡନ, ସଦର୍ଣ୍ଣ ବ୍ରେଭ୍ସ ଏବଂ ସନରାଇଜର୍ସ ଲିଡ୍ସ ରେ ଆଇପିଏଲ ମାଲିକମାନଙ୍କ ନିବେଶ ରହିଛି। ଏଣୁ ଏସବୁ ଦଳରେ ପାକିସ୍ତାନୀ ଖେଳାଳି ସ୍ଥାନ ପାଇବାର ସମ୍ଭାବନା କ୍ଷୀଣ ହୋଇଯାଇଛି।

ଆହୁରି ପଢ଼ନ୍ତୁ:10 Days Iran ବୁଝାମଣା ପାଇଁ ଇରାନକୁ ୧୦ ଦିନ ସମୟ ଦେଲା ଆମେରିକା

ଭାରତୀୟ ନିବେଶ ଆସିବା ପରେ ସ୍ଥିତି ବଦଳିଯାଇଛି

‘ଦି ହଣ୍ଡ୍ରେଡ୍’ ନିଲାମ ପାଇଁ ୧୮ଟି ଦେଶର ପ୍ରାୟ ୧୦୦୦ କ୍ରିକେଟର ପଞ୍ଜୀକରଣ କରିଛନ୍ତି, ଯେଉଁଥିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ୍‌, ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜର ୫୦ରୁ ଅଧିକ ଖେଳାଳି ସାମିଲ ଅଛନ୍ତି। ଦୁଇ ପୂର୍ବତନ ପାକିସ୍ତାନୀ କ୍ରିକେଟର, ମହମ୍ମଦ ଆମିର ଏବଂ ଇମାଦ ୱାସିମ ଗତ ବର୍ଷ ଦି ହଣ୍ଡ୍ରେଡ୍ ରେ ଅଂଶଗ୍ରହଣ କରିଥିଲେ। ତାପୂର୍ବ ଋତୁରେ ଶାହିନ ଆଫ୍ରିଦି, ଶାଦାବ ଖାଁ ଏବଂ ହାରିସ୍‌ ରୌଫଙ୍କ ସମେତ କିଛି ପାକିସ୍ତାନୀ ଖେଳାଳି ସାମିଲ ଥିଲେ। କିନ୍ତୁ ଏଥର ସେଠାକାର ଫ୍ରାଞ୍ଚାଇଜ୍‌ ଗୁଡ଼ିକରେ ଭାରତୀୟ ନିବେଶ ଆସିବା ପରେ ସ୍ଥିତି ବଦଳିଯାଇଛି।

ଆହୁରି ପଢ଼ନ୍ତୁ: 5 Maoists Killed କାରେଗୁଟ୍ଟା ଜଂଗଲରେ ‘ବ୍ଲାକ ଫରେଷ୍ଟ-୨‘ : ୫ ମାଓବାଦୀ ନିପାତ
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ୨୦୦୯ରୁ ପାକିସ୍ତାନୀ ଖେଳାଳିମାନଙ୍କୁ ଆଇପିଏଲ୍‌ରେ ସାମିଲ କରାଯାଉନାହିଁ। କିନ୍ତୁ ଏବେ ଏହି ଅଲିଖିତ ନିୟମ ଅନ୍ୟ ଲିଗ୍‌ ଦେଶରେ ଚାଲିଥିବା ଲିଗ୍‌ଗୁଡ଼ିକରେ ବି ଲାଗୁ ହୋଇଯାଇଛି। ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକାର ଏସଏ୨୦ ଲିଗରେ ମଧ୍ୟ କୌଣସି ପାକିସ୍ତାନୀ ଖେଳାଳି ନାହାନ୍ତି। ଏହାର ସମସ୍ତ ଛଅଟି ଦଳ ଆଇପିଏଲ୍‌ ଫ୍ରାଞ୍ଚାଇଜ୍ ଗୋଷ୍ଠୀଙ୍କ ମାଲିକାନାରେ ଅଛି। ସେହିପରି ୟୁଏଇର ଆଇଲ୍‌ଟି-୨୦ରେ ବି ସୀମିତ ସଂଖ୍ୟକ ପାକିସ୍ତାନୀ ଅଛନ୍ତି।