ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ରହିଥିବା କାରେଗୁଟ୍ଟା ଜଂଗଲରେ ଆରମ୍ଭ ହେଲା ବ୍ଲାକ ଫରେଷ୍ଟ-୨ ନାମରେ ଶେଷ ଲଢେଇ। ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ ଯବାନ କାରେଗୁଟ୍ଟା ଜଂଗଲରେ ପଶିଛନ୍ତି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଜଣ ମାଓବାଦୀ ନିପାତ ହୋଇଥିବାର ଖବର ମିଳିଛି।

Advertisment

କାରେଗୁଟ୍ଟା ଜଂଗଲରେ ପୁଣି ନକ୍ସଲ ମେଳି କରୁଥିବା ବିଶେଷ ସୂତ୍ରରୁ ଖବର ମିଳିବା ପରେ ଆରମ୍ଭ ହୋଇଛି ବ୍ଲାକ ଫରେଷ୍ଟ-୨ ନାମରେ ଦ୍ବିତୀୟ ଅପରେସନ। ଗତବର୍ଷ ଏପ୍ରିଲ ୨୧ରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୧ ଦିନ ଧରି ୧୦ ହଜାର ଯବାନ କାରେଗୁଟ୍ଟା ଜଂଗଲରେ ପଶି ଅପରେସନ କରିଥିଲେ। ଏଥିରେ ଛତିଶଗଡ ଏବଂ ତେଲେଙ୍ଗାନାର ସିଆରପିଏଫ,ଡିଆରଜି,ଏସଟିଏଫ ଏବଂ ତେଲେଙ୍ଗାନାରେ ରାଜ୍ୟ ପୁଲିସ। ଏହି ଅପରେସନରେ ୩୧ ଜଣ ନକ୍ସଲଙ୍କୁ ମରାଯାଇଥିବା ବେଳେ ପ୍ରାୟ ୧ କୋଟି ୭୨ ଲକ୍ଷ ଟଂକା ଜବତ କରାଯାଇଥିଲା। ଏଥିସହ ସେଠାରୁ ୨୧୪ ଜଣ ନକ୍ସଲଙ୍କୁ ତଡାଯାଇଥିଲା ଏବଂ ୪୦୫ଟି ଲ୍ୟାଣ୍ଡମାଇନ ଜବତ କରାଯାଇଥିଲା। ୮୯୯ ବଣ୍ଡଲ କୋଡେସ୍କ ତାର,୮୧୮ଟି ବଜିଏଲ ସେଲ, ପ୍ରଚୁର ମାତ୍ରାରେ ଡିଟୋନେଟର,ବିସ୍ଫୋରକ ଜବତ କରାଯାଇଥିଲା। ପୁଣି ନକ୍ସଲ ଲୁଚାଇ ରଖିଥିବା ୧୨ ହଜାର କ୍ବିଣ୍ଟାଲ ଖାଦ୍ୟକୁ ମଧ୍ୟ ଯବାନ ଜବତ କରିଥିଲେ।

ଆହୁରି ପଢ଼ନ୍ତୁ: Health: ପୁଅର ଚିକିତ୍ସା ପାଇଁ ଅର୍ଥ ଅଭାବ, ଚିନ୍ତାରେ ଦାଦନ ପରିବାର

ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ସଂପୂର୍ଣ୍ଣ ମୂଳପୋଛ କରାଯିବା ନେଇ ଯବାନ ଅଣ୍ଟା ଭିଡିଛନ୍ତି

ଗତ ବର୍ଷ ଅପରେସନରେ ହିଡମା ଭଳି ବଡ଼ ବଡ ନେତା ଖସି ପଳାଇବାରେ ସଫଳ ହୋଇଥିଲେ। କିନ୍ତୁ ଚଳିତ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ସଂପୂର୍ଣ୍ଣ ମୂଳପୋଛ କରାଯିବା ନେଇ ଯବାନ ଅଣ୍ଟା ଭିଡିଛନ୍ତି। ଅପରେସନ ବ୍ଲାକ ଫରେଷ୍ଟ-୨ ନକ୍ସଲଙ୍କ ତ୍ରାହି ନାହିଁ। ଏହି ଅପରେସନ ପରେ ନକ୍ସଲ ସଂପୂର୍ଣ୍ଣ କାରେଗୁଟ୍ଟା ଜଂଗଲରେ ହଟିବେ ବୋଲି ଆଶା ପ୍ରକଟ କରାଯାଉଛି। ଶେଷ ସମୟ ସୀମା ଯେତେ ପାଖେଇଆସୁଛି ଯବାନ ସେତେ ତତ୍ପରତା ଦେଖାଉଛନ୍ତି। ଧାର୍ଯ୍ୟ ସୀମା ପରେ ଆଉ ନକ୍ସଲଙ୍କ କଥା ସରକାର ଶୁଣିବେ କି ନାହିଁ ତାହା ଜଣାପଡୁନଥିବା ବେଳେ ତୁରନ୍ତ ଆତ୍ମସମର୍ପଣ ପାଇଁ ପୁଲିସ ନକ୍ସଲ ଶେଷ ସୁଯୋଗ ଦେଇଛି ବୋଲି ଛତିଶଗଡ଼ ପୁଲିସ ବିଭାଗର ଉଚ୍ଚ ପଦାଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: Cricket: ଭାରତୀୟ ମହିଳା ଦଳକୁ ୧୯ ରନ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ