ଆର୍‌ସିବିର ୱାଙ୍ଖ‌୍ଡ଼େ ବିଜୟ: ମୁମ୍ବାଇ ୧୨ ରନ୍‌ରେ ହାରିଲା

Advertisment

ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ୨୨୨ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ....

ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ୨୨୨ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ....

sscsc

Photograph: ( Sportstar - The Hindu)

ମୁମ୍ବାଇ: ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ୨୨୨ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ଦୁଇ ଓପନର୍ ରୋହିତ ଶର୍ମା (୧୭) ଓ ରିୟାନ ରିକେଲଟନ (୧୭)ଙ୍କ ବିଫଳତା ସତ୍ତ୍ବେ ତିଳକ ବର୍ମା (୫୬) ଓ ହାର୍ଦିକ ପାଣ୍ଡ୍ୟା (୪୨)ଙ୍କ ପରାକ୍ରମୀ ବ୍ୟାଟିଂ ପାଇଁ ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ତେବେ ତିନିଟି ବଲ୍‌ ଭିତରେ ତିଳକ ଓ ପାଣ୍ଡ୍ୟାଙ୍କୁ ପ୍ୟାଭିଲିୟନ ଫେରାଇ ଆର୍‌ସିବି ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲା। ପୁଣି ଶେଷ ୬ ବଲ୍‌ରୁ ୧୯ ରନ୍‌ର ଦରକାର ଥିଲା ବେଳେ ସ୍ପିନର କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଦୁଇ ବଲ୍‌ରେ ଦୁଇଟି ୱି‌କେଟ୍ ସହ ମୋଟ ତିନିଟି ୱିକେଟ୍ ନେଇଥିଲେ। ଫଳରେ ମ୍ୟାଚ୍ ପୂରା ଆର୍‌ସିବି ଆଡ଼କୁ ଢଳିଥିଲା। ମୁମ୍ବାଇ ଏହି ଓଭରରୁ କେବଳ ୬ ରନ୍ ସଂଗ୍ରହ କରି ପଞ୍ଚମ ମୁକବିଲାରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ଆର୍‌ସିବି ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇଥିଲା। 

କୋହଲିଙ୍କ ୧୩୦୦୦ ରନ୍‌ ରେକର୍ଡ
ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ମୁକାବିଲାରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିଥିଲା। ଦ୍ବିତୀୟ ବଲ୍‌ରେ ଫିଲ୍ ସଲ୍‌ଟଙ୍କୁ ବୋଲ୍‌ଡ କରି ଟ୍ରେଣ୍ଟ ବୋଲ୍‌ଟ ଦଳର ଆତ୍ମବଳ ବଢ଼ାଇଥିଲେ। ଏହା ପରେ କିନ୍ତୁ ପୂର୍ବତନ ଅଧିନାୟକ ବିରାଟ ‌କୋହଲି (୬୭ ରନ୍, ୪୨ ବଲ୍)ଙ୍କ ମାର୍ଗଦର୍ଶନରେ ଆର୍‌ସିବି ବ୍ୟାଟର୍ ପାଳି ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। ବୁମ୍‌ରାଙ୍କୁ ଛକାରେ ସ୍ବାଗତ କରିଥିବା କୋହଲି ନିର୍ଭୀକ କ୍ରିକେଟ୍‌ର ବଳିଷ୍ଠ ନମୁନା ଦେଖାଇଥିଲେ। ସେ ଓ ଦେବିଦତ୍ତ ପଡ଼ିକଲ୍ (୩୭ ରନ୍, ୨୨ ବଲ୍) ଦ୍ବିତୀୟ ୱିକେଟ୍‌ରେ ମାତ୍ର ୫୨ ବଲ୍‌ରୁ ୯୫ ରନ୍ ଯୋଡ଼ି ମୁମ୍ବାଇକୁ ନୟାନ୍ତ କରିଥିଲେ। ଇମ୍ପାକ୍ଟ ପ୍ଲେୟର ବିଘ୍ନେଶ ପୁଥୁର ନବମ ଓଭରର ଶେଷ ବଲ୍‌ରେ ପଡ଼ିକଲଙ୍କୁ ଆଉଟ୍ କରି ଉଭୟଙ୍କୁ ଅଲଗା କରିଥିଲେ। ତେବେ ୨୯ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା କୋହଲି ନିଜ ବିସ୍ଫୋରକ ପାଳି ଭିତରେ ଏକ ବିରଳ କୀର୍ତ୍ତିମାନ କରି ନେଇଥିଲେ। ପ୍ରଥମ ଭାରତୀୟ ଭାବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୧୩,୦୦୦ ରନ୍ ପୂରଣ କରିଥିଲେ ସେ। କୋହଲି ଏହି କ୍ଷେତ୍ରରେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦୁର୍ଦ୍ଧର୍ଷ ଓପନର୍ କ୍ରିସ୍ ଗେଲ୍‌ଙ୍କ ପରେ ଦ୍ବିତୀୟ ଦ୍ରୁତତମ ହୋଇଥିଲେ।

ଏହି କ୍ରମ‌ରେ ଗେଲ୍ (୩୮୧ ପାଳି) ପ୍ରଥମ ସ୍ଥାନରେ ଥିଲା ବେ‌ଳେ କୋହଲି (୩୮୬ ପାଳି) ତାଙ୍କର ଠିକ୍ ପଛକୁ ରହିଛନ୍ତି। ଆଲେକ୍ସ ହେଲସ (୪୭୪ ପାଳି), ସୋଏବ ମଲ୍ଲିକ (୪୮୭ ପାଳି) ଓ କିରଣ ପୋଲାର୍ଡ (୫୯୪ ପାଳି) ତୃତୀୟରୁ ଷଷ୍ଠ ସ୍ଥାନରେ ଅଛନ୍ତି। କୋହଲିଙ୍କ ସ୍ମରଣୀୟ ପାଳିରେ ପ୍ରତିପକ୍ଷ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ପଞ୍ଚଦଶ ଓଭରର ପ୍ରଥମ ବଲ୍‌ରେ ପୂର୍ଣ୍ଣଛେଦ ଟାଣିଥିଲେ। ଗୋଟିଏ ବଲ୍ ପରେ ଲିୟାମ ଲିଭିଂଷ୍ଟୋନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ଏହାର କୌଣସି ପ୍ରଭାବ ଆରସିବି ଅଧିନାୟକ ରଜତ ପଟିଦାର (୬୪ ରନ୍, ୩୨ ବଲ୍) ଏବଂ ଯୁବ ତାରକା ଜିତେଶ ଶର୍ମା (୪୦* ରନ୍, ୧୯ ବଲ୍)ଙ୍କ ଉପରେ ପଡ଼ି ନଥିଲା। ପଡ଼ିଆର ଚାରିପଟକୁ ସେ ଛକା, ଚୌକା ବର୍ଷା କରି ଆର୍‌ସିବି ସ୍କୋର୍‌କୁ ୨୨୧/୫ରେ ପହଞ୍ଚାଇ ଦେଇଥିଲେ। ପଟିଦାର କେବଳ ୨୫ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଆର୍‌ସିବି ପାଳିର ‌ଶେଷ ବଲ୍‌ରେ ବୁମ୍‌ରାଙ୍କ ଅପିଲରେ ଜିତେଶଙ୍କୁ ଅମ୍ପାୟାର ଏଲବିଡବ୍ଲ୍ୟୁ ଆଉଟ୍ ଦେଇଥିଲେ। ତେବେ ରିଭ୍ୟୁରେ ସଫଳ ‌ହୋଇ ଜିତେଶ ଶେଷରେ ଅପରାଜିତ ରହିଥିଲେ। ସିଡ୍‌ନି ଟେଷ୍ଟ୍‌ରେ ଆହତ ‌ହେବା ପରେ ମୁମ୍ବାଇର ପ୍ରଥମ ଚାରି ମ୍ୟାଚ୍ ଖେଳି ପାରି ନଥିବା ବୁମ୍‌ରା ୪ ଓଭରରେ ୨୯ ରନ୍ ଖର୍ଚ୍ଚ କରି ୱିକେଟ୍ ଶୂନ୍ୟ ରହିଥିଲେ। 

ସଂକ୍ଷିପ୍ତ ସ୍କୋର୍: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୨୨୧/୫ (ବିରାଟ କୋହଲି ୬୭, ରଜତ ପଟିଦାର ୬୪, ଜିତେଶ ଶର୍ମା ୪୦*, ଦେବଦତ୍ତ ପଡ଼ିକଲ ୩୭, ହାର୍ଦିକ ପାଣ୍ଡ୍ୟା ୨/୪୫, ଟ୍ରେଣ୍ଟ ବୋଲ୍‌ଟ ୨/୫୭)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୯/୯ (ତିଳକ ବର୍ମା ୫୬, ହାର୍ଦିକ ପାଣ୍ଡ୍ୟା ୪୨, ସୂର୍ଯ୍ୟକୁମାର ୟାଦବ ୨୮, କ୍ରୁନାଲ ପାଣ୍ଡ୍ୟା ୪/୪୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe