୭୦୦ ୱିକେଟ୍‌ ମାଇଲ୍‌ଖୁଣ୍ଟରେ ପହଞ୍ଚିପାରିବି: ଆଣ୍ଡରସନ୍‌

Advertisment

ଆଣ୍ଡରସନ୍‌ଙ୍କୁ, ତେନ୍ଦୁଲକର, କୁମ୍ବଲେଙ୍କ ଶୁଭେଚ୍ଛା

ଆଣ୍ଡରସନ୍‌ଙ୍କୁ, ତେନ୍ଦୁଲକର, କୁମ୍ବଲେଙ୍କ ଶୁଭେଚ୍ଛା

୭୦୦ ୱିକେଟ୍‌ ମାଇଲ୍‌ଖୁଣ୍ଟରେ ପହଞ୍ଚିପାରିବି: ଆଣ୍ଡରସନ୍‌

En24 News

ସାଉଥାମ୍ପଟନ: ପ୍ରଥମ ଦ୍ରୁତ ବୋଲର ଭାବେ ୬୦୦ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଥିବା ଇଂଲଣ୍ଡ ତାରକା ଜେମ୍ସ ଆଣ୍ଡରସନ୍‌ ଏବେ ୭୦୦ ୱିକେଟ୍‌ ଉପରେ ନଜର ରଖିଛନ୍ତି। ବିଶ୍ବର ଚତୁର୍ଥ ବୋଲର ଭା‌ବେ ଏହି ସଫଳତା ହାସଲ କରିବା ପରେ ୩୮ ବର୍ଷୀୟ ଆଣ୍ଡରସନ୍‌ କହିଛନ୍ତି ଯେ ମୁଁ ୭୦୦ ୱିକେଟ୍‌ ସଂଖ୍ୟାରେ ମଧ୍ୟ ପହଞ୍ଚିପାରିବି। ମୁଁ ଅଧିକ ଦିନ ଖେଳ ଜାରି ରଖିବା ଲାଗି ଜୋ ରୁଟ୍‌ଙ୍କ ସହିତ ଆଲୋଚନା କରିଥିଲି। ସେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ଟେଷ୍ଟ୍‌ ଦଳରେ ମୋତେ ରଖିବାକୁ ଚାହୁଁଛନ୍ତି। ମୁଁ ବି ଖେଳିପାରିବିନି ବୋଲି କୌଣସି କାରଣ ଦେଖୁନି। ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦେଉଛି। ଏଥିପାଇଁ କଠିନ ପରିଶ୍ରମ କରୁଛି ବୋଲି ଆଣ୍ଡରସନ୍‌ କହିଛନ୍ତି। ମୁଁ ପୂରା ଋତୁରେ ବୋଲିଂ କରିନଥିଲି। କିନ୍ତୁ ଏହି ଟେଷ୍ଟ୍‌ରେ ଭଲ କରିଥିଲି। ମୋତେ ଲାଗୁଛି ଯେ ଦଳକୁ ଆହୁରି କିଛି ଦେବାର ବାକି ରହିଛି। ଯେ ପର୍ଯ୍ୟନ୍ତ ମୁଁ ସୁସ୍ଥ ଅନୁଭବ କରୁଥିବି ଖେଳ ଜାରି ରଖିବି। ଶେଷ ଟେଷ୍ଟ୍‌ ଖେଳିଛି ବୋଲି ଭାବୁନି। ମୁଁ ୭୦୦ ମାର୍କରେ ପହଞ୍ଚିପାରିବି ବୋଲି ‌ସେ କହିଛନ୍ତି।

ଆଣ୍ଡରସନ୍‌ ତୃତୀୟ ଟେଷ୍ଟରେ ୨୯ତମ ଥର ଲାଗି ୫ ୱିକେଟ୍ ସଫଳତା ପାଇଥିଲେ। ଏହି ସଫଳତା ପାଇବାରେ ଦ୍ରୁତ ବୋଲର ଭାବେ ତାଙ୍କ ଆଗରେ କେବଳ ରିଚାର୍ଡ ହାଡଲି ରହିଛନ୍ତି। ଆମେ ଏପର୍ଯ୍ୟନ୍ତ ଟେଷ୍ଟ୍‌ ଚାମ୍ପିଅନସିପରେ ଅଛୁ। ଜିତିବା ପାଇଁ ଆମ ଆଗରେ ଆହୁରି ଶୃଙ୍ଖଳା ଏବଂ ଟେଷ୍ଟ୍‌ ମ୍ୟାଚ୍ ଅଛି। ପ୍ରକୃତରେ ଏଥିରେ ଖେଳିବା ଲାଗି ମୁଁ ବହୁତ ଆଗ୍ରହୀ ଅଛି। ଇଂଲଣ୍ଡ ଡ୍ରେସିଂ ରୁମ୍‌ରେ କଟାଇବାକୁ ମୁଁ ବହୁତ ଭଲ ପାଏ ଏବଂ ଦଳକୁ ବିଜୟ ଦେବାକୁ ସର୍ବଦା ଚେଷ୍ଟା କରେ ବୋଲି ଆଣ୍ଡରସନ୍‌ କହିଛନ୍ତି। ଏବେ ମୁଁ ମୋ ଶ୍ରେଷ୍ଠ ପ୍ରଦର୍ଶନ ଦେବି। ସର୍ବଦା ଦଳରେ ରହିବା ଲାଗି ଚେଷ୍ଟା କରିବି। ବର୍ଷ ବର୍ଷ ଧରି ମୋର ଦକ୍ଷତା ସହିତ କଠିନ ପରିଶ୍ରମ କରିଛି। ମୁଁ ଭାଗ୍ୟବାନ ଯେ ଦଳ ପାଇଁ ଏତେ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ପାଇଛି। ୨୦୦୩ରେ ପ୍ରଥମ ଟେଷ୍ଟ୍‌ ଖେଳିଥି‌ଲି। ସେହି ଟେଷ୍ଟ୍‌କୁ ଚାହିଁ ଦେଖିଲେ, କେବେ ଭାବି ନଥିଲି ଯେ ମୁଁ ୬୦୦ ଟେଷ୍ଟ୍‌ ୱିକେଟ୍ ନିକଟରେ ପହଞ୍ଚିପାରିବି। ଏହି ସଫଳତାରେ ପାଇଥିବାରୁ ଈଶ୍ବରଙ୍କୁ ଧନ୍ୟବାଦ ଦେବି ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ: ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ମଙ୍ଗଳବାର ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ୍‌ର ଶେଷ ଦିନରେ ୬୦୦ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଥିଲେ। ଏହି ୩୮ ବର୍ଷୀୟ ତାରକା ଆଝାର ଅଲ୍ଲୀଙ୍କ ୱିକେଟ୍‌ ନେଇ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ସଫଳତା ଲାଗି ତାଙ୍କୁ ଭାରତର ମହାନ କ୍ରିକେଟର୍‌ମାନେ ଶୁଭେଚ୍ଛା ଜଣାଇଛନ୍ତି।

।“କ୍ଲବ୍‌କୁ ସ୍ବାଗତ” ବୋଲି ଅନିଲ କୁମ୍ବଲେ କହିଥିଲା ବେଳେ ସୌରଭ ଗାଙ୍ଗୁଲି ଓ ସଚିନ ତେନ୍ଦୁଲକର ତାଙ୍କର ଅବିଶ୍ୱସନୀୟ ସଫଳତାକୁ ପ୍ରଶଂସା କରିଛନ୍ତି। ‘‘କି ଅବିଶ୍ୱସନୀୟ ସଫଳତା @ ଜିମ୍ମି୯! ସଫଳତା ପାଇଁ ଅନେକ ଅଭିନନ୍ଦନ। ଟେଷ୍ଟ୍‌ କ୍ରିକେଟରେ ୬୦୦ ୱିକେଟ୍। ଜଣେ ଦ୍ରୁତ ବୋଲର ପାଇଁ ୧୭ ବର୍ଷର ଏହି ଅବଧିରେ ଆପଣଙ୍କ ଧୈର୍ଯ୍ୟ, ଦୃଢ଼ତା ଏବଂ ସଠିକ୍ ବୋଲିଂର ଏକ ପ୍ରମାଣ’’ ବୋଲି ତେନ୍ଦୁଲକର ଟ୍ୱିଟରରେ କହିଛନ୍ତି।

। “ଆପଣଙ୍କର ୬୦୦ ୱିକେଟ୍ ପାଇଁ ଅଭିନନ୍ଦନ @ ଜିମ୍ମି୯! ଜଣେ ମହାନ ଦ୍ରୁତ ବୋଲରଙ୍କ ବହୁ ପରିଶ୍ରମର ଫଳ। କ୍ଲବ୍‌କୁ ସ୍ବାଗତ।” ବୋଲି କୁମ୍ବଲେ କହିଛନ୍ତି।

। “ଭଲ କାମ କରିଛ ଜେମ୍ସ ଆଣ୍ଡରସନ୍ @ ଜିମି୯ ... ଏହି ମାଇଲଖୁଣ୍ଟ କେବଳ ମହାନତା ..୧୫୬ ଟେଷ୍ଟ୍‌ ଜଣେ ଦ୍ରୁତ ବୋଲର ଲାଗି କେବଳ କଳ୍ପନା ଯୋଗ୍ୟ ନୁହେଁ। ଏହି ସ୍ଥାନରେ ପହଞ୍ଚି ହେବ ବୋଲି ‌ତୁମେ ଦେଖାଇ ଦେଇଛ। ତୁମେ ସମସ୍ତ ଯୁବ ବୋଲରଙ୍କ ପାଇଁ ପ୍ରେରଣା’’ ବୋଲି ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି।

। “୬୦୦ ୱିକେଟ୍‌ର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ @ ଜିମି୯। ମୁଁ ସାମ୍ନା କରିଥିବା ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଅପଣ ଜଣେ।’’ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଟ୍ବିଟ୍‌ କରିଛନ୍ତି।

। ଆଣ୍ଡରସନ୍‌ ଚତୁର୍ଥ ବୋଲର ଭାବେ ଟେଷ୍ଟ୍‌ କ୍ରିକେଟ୍ ଇତିହାସରେ ୬୦୦ ୱିକେଟ୍‌ ହାସଲ କରିଛନ୍ତି। ଏକ୍ଷେତ୍ରରେ ସେ କେବଳ ଚତୁର୍ଥ ବୋଲର ହୋଇଥିଲେ, ଯିଏକି ପୂର୍ବତନ ଭାରତୀୟ ଲେଗ ସ୍ପିନର କୁମ୍ବଲେ (୬୧୯), ଅଷ୍ଟ୍ରେଲୀୟ ମହାନ ସ୍ପିନର ସେନ୍‌ ୱର୍ନ (୭୦୮) ଏବଂ ଶ୍ରୀଲଙ୍କା କିଂବଦନ୍ତି ସ୍ପିନର ମୁଥୟା ମୁରଲୀଧରନ (୮୦୦)ଙ୍କ ପଛକୁ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe