ରସିଦଙ୍କ ଆଇପିଏଲ୍‌ ଅଧିନାୟକତ୍ବ ସ୍ବପ୍ନ ପୂରଣ

Advertisment
ଆଫଗାନିସ୍ତାନ ସହ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ, ତାତିଲେ ରସିଦ

ପୁଣେ: ଆଫ୍‌ଗାନିସ୍ତାନ ସ୍ପିନର ରସିଦ ଖାନ୍‌ଙ୍କ ଆଇପିଏଲ୍‌ ନେତୃତ୍ବ ସ୍ବପ୍ନ ପୂରଣ ହୋଇଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ନିୟମିତ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ବିଶ୍ରାମ ନେବାରୁ ରସିଦ ଏହି ସୁଯୋଗ ପାଇଥି‌ଲେ। ‌ଆଇପିଏଲ୍‌ ଅଧିନାୟକତ୍ବ ପଦାର୍ପଣରେ ସେ ମଧ୍ୟ ଏହାକୁ ଠିକ୍‌ ଭାବେ ପରିଚାଳିତ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୬୯/୫ କରିଥିଲା। ଜବାବରେ ଗୁଜରାଟ ଏକଦା ୧୬/୩ରେ ସଂଘର୍ଷ କରିଥିଲା। ଏହି ସମୟରେ ବ୍ୟାଟିଂକୁ ଆସିଥିବା ଅଧିନାୟକ ରସିଦ (୪୦, ୨୧ ବଲ୍‌) ଚତୁର୍ଥ ୱିକେଟ୍‌ରେ ଡେଭିଡ ମିଲର (୯୪)ଙ୍କ ସହ ମିଶି ପାଳି ସମ୍ଭାଳି ବିଜୟ ନିଶ୍ଚିତ କରିଥିଲେ। ‘‘ଆଇପିଏଲ୍‌ରେ ଦଳର ନେତୃତ୍ବ ନେବା ଲାଗି ମୋର ସ୍ବପ୍ନ ଥିଲା। ଯାହା ଆଜି ପୂରଣ ହୋଇଛି। ଖାଲି ପୂରଣ ନୁହେଁ, ଦଳ ଜିତିଥିବାରୁ ଏହା ଆହୁରି ସ୍ମରଣୀୟ ହୋଇଛି। ଭଲ ବ୍ୟାଟିଂ କରିବା ବି ସ୍ବତନ୍ତ୍ର ଥିଲା। ମୁଁ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଉପରେ ନଜର ଦେଉଛି’’ ବୋଲି ମ୍ୟାଚ୍‌ ବିଜୟ ପରେ ରସିଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe