ଶ୍ରେଷ୍ଠ ମୁହୂର୍ତ୍ତର ପୁନଃମିଳନ: ଧୋନି-ଚହଲ୍‌

Advertisment
ଶ୍ରେଷ୍ଠ ମୁହୂର୍ତ୍ତର ପୁନଃମିଳନ: ଧୋନି-ଚହଲ୍‌

ମୁମ୍ବାଇ : ଆଇପିଏଲ୍‌ ଏବେ ତୀବ୍ର ପ୍ରତିଦ୍ବନ୍ଦ୍ବୀତାମୂଳକ ହେଉଥିବା ବେଳେ ବିଭିନ୍ନ ଦଳର ଖେଳାଳିଙ୍କ ମଧ୍ୟରେ ବଂଧୁତାରେ କୌଣସି ପ୍ରଭାବ ପଡ଼ିନାହିଁ। ରବିବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ ନିକଟରୁ ରୟାଲ୍ ଚା‌ଲେଞ୍ଜର୍ସ ବାଙ୍ଗାଲୋର୍‌ ହାରିଯିବା ପରେ ୟୁଝବେନ୍ଦ୍ର ଚହଲ୍‌ଙ୍କ ଏକ ଫଟୋ ଚର୍ଚ୍ଚାକୁ ଆସିଛି। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ତାଙ୍କ ଜାତୀୟ ଦଳ ଖେଳିବା ବେଳର ଏକ ଫଟୋକୁ ସେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ। ଲେଖିଥିଲେ ‘ଶ୍ରେଷ୍ଠ ମୁହୂର୍ତ୍ତର ପୁନଃମିଳନ’, ଏଥି ସହ ଏକ ମିଳନର ଇମୋଜି ମଧ୍ୟ ବ୍ୟବହାର କରିଥିଲେ। ରବିବାର ମ୍ୟାଚ୍‌ ପରେ ଉଭୟ ପଡ଼ିଆ ବାହାର ଏକାଠି ଗପସପ କରୁଥିବାର ଫଟୋ ମଧ୍ୟ ଛାଡ଼ିଥିଲେ। ଦୁଇ ଦଳର ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ମିଳନର ଫଟୋକୁ ମଧ୍ୟ ଚେନ୍ନାଇ ସୁପର୍‌ କିଙ୍ଗ୍ସ ସେୟାର କରି ଲେଖିଥିଲା ‘କ୍ରିକେଟ୍ ପ୍ରତି ଭଲ ପାଇବା ସବୁ ବେଳେ ବିଜେତା’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe