Advertisment

Australian Open: ଅଷ୍ଟ୍ରେଲିଆନ୍‌ ଓପନ୍‌: ଆଗେଇଲେ ଅଲ୍‌କାରାଜ ଓ ସାବାଲେଙ୍କା

Advertisment

ବିଶ୍ବର ଏକ ନମ୍ବର ପୁରୁଷ ଖେଳାଳି କାର୍ଲୋସ ଆଲ୍‌କାରାଜ ଏବଂ ମହିଳା ଖେଳାଳି ଆରିନା ସାବାଲେଙ୍କା ସହଜ ବିଜୟ ସହ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ବିଶ୍ବର ଏକ ନମ୍ବର ପୁରୁଷ ଖେଳାଳି କାର୍ଲୋସ ଆଲ୍‌କାରାଜ ଏବଂ ମହିଳା ଖେଳାଳି ଆରିନା ସାବାଲେଙ୍କା ସହଜ ବିଜୟ ସହ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

Untitled-31.jpg

Australian Open Photograph: (@sambad.in)

ମେଲ୍‌ବର୍ଣ୍ଣ: ବିଶ୍ବର ଏକ ନମ୍ବର ପୁରୁଷ ଖେଳାଳି କାର୍ଲୋସ ଆଲ୍‌କାରାଜ ଏବଂ ମହିଳା ଖେଳାଳି ଆରିନା ସାବାଲେଙ୍କା ସହଜ ବିଜୟ ସହ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ପୁରୁଷ ଏକକ ମୁକାବିଲାରେ ୬ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଆଲ୍‌କାରାଜ ସିଧାସଳଖ ୬-୨, ୬-୪, ୬-୧ ସେଟ୍‌ରେ ଫ୍ରାନ୍ସର କୋରେଣ୍ଟିନ୍‌ ମୌଟେଟ୍‌ଙ୍କୁ ପରାସ୍ତ କରିଥିଲେ। ଏଥି ସହ ଏହି ୨୨ ବର୍ଷୀୟ ସ୍ପେନ୍‌ ଖେଳାଳି ୧୦୦ତମ ଗ୍ରାଣ୍ଡ ସ୍ଲାମ୍‌ ମ୍ୟାଜ୍‌ ଜିତିବାର ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ପ୍ରିକ୍ବାର୍ଟରଫାଇନାଲ୍‌ରେ ସେ ଆମେରିକାର ଟମି ପଲ୍‌ଙ୍କୁ ଭେଟିବେ। ପଲ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ ସ୍ପେନ୍‌ର ଆଲେକ୍‌ଜାଣ୍ଡ୍ରୋ ଡେଭିଡୋଭିକ୍‌ ଫୋକିନା ଓହରିଯାଇଥିଲେ। ୩ଥରର ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲିଷ୍ଟ୍‌ ରୁଷିଆର ଡାନିଲ ମେଦଭେଦେଭ ୬-୭, ୪-୬, ୭-୫, ୬-୦, ୬-୩ ସେଟ୍‌ରେ ହଙ୍ଗେରିର ଫାବିଆନ୍‌ ମାରୋଜସାନଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି।

ଅଧିକପଢ଼ନ୍ତୁ:ନେତାଜୀଙ୍କ ଜୀବନ କାହାଣୀ ମୋ ମନରେ ପ୍ରଥମେ ଦେଶପ୍ରେମର ବହ୍ନି ଜାଳିଥିଲା: ଉପରାଷ୍ଟ୍ରପତି

ହଙ୍ଗେରିର ଫାବିଆନ୍‌ ମାରୋଜସାନଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି

ଅନ୍ୟ ତାରକା ଖେଳାଳି ଜର୍ମାନୀର ଆଲେକ୍‌ଜାଣ୍ଡର ଭେରେଭ ୭-୫, ୪-୬, ୬-୩, ୬-୧ ସେଟ୍‌ରେ ଇଂଲଣ୍ଡର କାମେରନ ନୁରିଙ୍କୁ, ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନୁର ୬-୩, ୬-୪, ୭-୫ ସେଟ୍‌ରେ ଆମେରିକାର ଫ୍ରାନ୍‌ସିସ୍‌ ତିଆଫୋଏଙ୍କୁ ହରାଇ ପ୍ରିକ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି।ମହିଳାରେ ୪ ଗ୍ରାଣ୍ଡ ସ୍ଲମ୍‌ ବିଜୟିନୀ‌ ବେଲାରୁଷର ସାବାଲେଙ୍କା ୭-୬, ୭-୬ ସେଟ୍‌ରେ ଅଷ୍ଟ୍ରିଆର ଆନାସ୍ତାସିଆ ପୋଟାପୋଭାଙ୍କୁ ପରାସ୍ତ କରିଛନ୍ତି। ୨ଥରର ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ଏହି ୨୭ ବର୍ଷୀୟା ମହିଳା ପରବର୍ତ୍ତୀ ରାଉଣ୍ଡରେ କାନାଡାର ଭିକ୍ଟୋରିଆ ଏମ୍‌ବୋକୋଙ୍କୁ ଭେଟିବେ। ଅନ୍ୟ ତାରକା ମହିଳା ଖେଳାଳି ବିଶ୍ବର ୩ ନମ୍ବର ତଥା ଫ୍ରେଞ୍ଚ ଓପନ୍‌ ବିଜୟିନୀ ଆମେରିକାର କୋକୋ ଗଫ୍‌ ୩-୬, ୬-୦, ୬-୩ ସେଟ୍‌ରେ ନିଜ ଦେଶର ହେଲି ବାପିଷ୍ଟ୍‌ଙ୍କୁ, ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା ୭-୬, ୬-୩ ସେଟ୍‌ରେ ରୁଷିଆର ଡାଏନା ସ୍ନାଇଡରଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି। ତେବେ ବିଶ୍ବର ୭ ନମ୍ବର ଯଶ୍ମିନ ପାଓଲିନ୍‌ଙ୍କ ଅଭିଯାନ ଶେଷ ହୋଇଛି। ଏହି ଇଟାଲି ତାରକା ୨-୬, ୬-୭ ସେଟ୍‌ରେ ଆମେରିକାର ଇଭା ଜୋଭିକ୍‌ଙ୍କଠୁ ପରାସ୍ତ ହୋଇଛନ୍ତି।

ଅଧିକପଢ଼ନ୍ତୁ:ସ୍ୱାସ୍ଥ୍ୟ ରେକର୍ଡ ଲିଙ୍କେଜ୍ ବର୍ଗରେ ଏମ୍ସ ଭୁବନେଶ୍ୱର ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe