ଭୁବନେଶ୍ୱର: ଚଣ୍ଡିଗଡ଼ରେ ରେଡ୍ ବୁଲ୍ କ୍ୟାମ୍ପସ୍ କ୍ରିକେଟ ନ୍ୟାସନାଲ ଫାଇନାଲ୍ସ ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ସୋମବାରଠୁ ଆରମ୍ଭ ହୋଇଛି। ଏହି ଫାଇନାଲ୍ସକୁ ଓଡ଼ିଶାରୁ କେବଳ ମହର୍ଷି କଲେଜ ଯୋଗ୍ୟତା ଅର୍ଜନ କରିଛି। ଗ୍ରୁପ୍-ଏରେ ଭୁବନେଶ୍ବରର ଏହି ଦଳ ଜୟପୁରର ଏସ୍ଏସ୍ ଜୈନ ସୁବୋଧ କଲେଜ, ହାଇଦ୍ରାବାଦ ଟିକେଆର୍ଇସି କଲେଜ ଏବଂ ପୁଣେର ଏମଏମ୍ସିସି କଲେଜ ସହ ରହିଛି। ଏହି ପ୍ରତିଯୋଗିତା ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୧୮ରୁ ୨୦ ତାରିଖ ଲିଗ୍ ମ୍ୟାଚ୍ ପରେ ୨୧ରେ ସେମିଫାଇନାଲ୍ ଏବଂ ୨୨ରେ ଫାଇନାଲ୍ ଅନୁଷ୍ଠିତ। ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ମୋହାଲି ଷ୍ଟାଡିୟମରେ ଖେଳାଯିବ।
ରେଡ୍ ବୁଲ୍ କ୍ୟାମ୍ପସ କ୍ରିକେଟ୍ ନ୍ୟାସନାଲ ଫାଇନାଲସ୍ ଆରମ୍ଭ: ଭୁବନେଶ୍ୱରର ମହର୍ଷି କଲେଜକୁ ଯୋଗ୍ୟତା
Advertisment
Follow Us