IND v SA: Red Soil pitch Photograph: (sambad.in)
କଟକ: ପଡ଼ିଆ ପ୍ରସ୍ତୁତ, ଯୋଦ୍ଧା ବି ପ୍ରସ୍ତୁତ । ବାରବାଟୀର ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦରେ ଠିକ୍ ସନ୍ଧ୍ୟା ୭ଟା ବାଜିବ ଆଉ ଐତିହାସିକ ପଡ଼ିଆରେ ମହାମୁକାବିଲା ହେବ । ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚର ମହାଲଢେଇ ବାରବାଟୀରୁ ହିଁ ଆରମ୍ଭ ହେବ । ଏହାରି ଭିତରେ ଦର୍ଶକଙ୍କ ପାଇଁ ଷ୍ଟାଡିୟମ୍ ଗେଟ୍ ଖୋଲାଯାଇଥିବା ବେଳେ ଭୁବନେଶ୍ବରରୁ କଟକ ଅଭିମୁଖେ ବାହାରି ସାରିଛନ୍ତି ଦୁଇ ଦଳର ଖେଳାଳି । ସବୁକିଛି ଠିକ୍ ସମୟରେ ଚାଲିଥିବା ବେଳେ ବାସ୍ ଆଉ କେଇ ଘଣ୍ଟାକୁ ଅପେକ୍ଷା କରିଛନ୍ତି ସମସ୍ତେ…
ଆହୁରି ପଢନ୍ତୁ- IndiGo Crisis: ଧିରେଧିରେ ସୁଧୁରୁଛି ଇଣ୍ଡିଗୋ ସଙ୍କଟ: ବିମାନ ସେବା ସ୍ବାଭାବିକ ନେଇ ଭିଡ଼ିଓ ଜାରି କଲେ ସିଇଓ
ମ୍ୟାଚକୁ ନେଇ ମନରେ ଉତ୍ସାହ ପ୍ରଚୁର ଥିବା ବେଳେ ଏଥର ବାରବାଟୀ ଇତିହାସରରେ ପ୍ରଥମ ଥର ପାଇଁ କିଛି ନୂଆ କରାଯାଇଛି । ପୂର୍ବରୁ କଳାମାଟିରେ ପିଚ୍ ହେଉଥିବା ବେଳେ ଏଥର ପ୍ରଥମ ଥର ପାଇଁ ଲାଲ୍ ମାଟିରେ ପିଚ୍ ପ୍ରସ୍ତୁତ ହୋଇଛି । ଐତିହାସିକ ଷ୍ଟାଡିମରେ ଏହି ନୂଆ ନିଷ୍ପତ୍ତି ନିଆଯାଇଥିବା ବେଳେ ନାଲି ମାଟିର ପିଚ୍ ବା ରେଡ୍ ସଏଲ ପିଚକୁ ନେଇ ସମସ୍ତଙ୍କ ହୃଦସ୍ପନ୍ଦନ ବଢିଛି ।
ଆହୁରି ପଢନ୍ତୁ- Accident video: ମୃତ୍ୟୁ ସାଜି ମାଡ଼ି ଆସିଲା କାର; ଘଟଣାସ୍ଥଳରୁ ଯୁବକଙ୍କୁ ନେଲା ଉଠାଇ
କାରଣ ରେଡ୍ ସଏଲ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ । ମୁମ୍ବାଇର ଓ୍ୱେଙ୍ଖଡେ ଷ୍ଟାଡିୟମ ଢାଞ୍ଚାରେ ଏଥର ବାରବାଟୀରେ ଲାଲ୍ ମାଟିର ପିଚ୍ ପ୍ରସ୍ତୁତ ହୋଇଥିବାରୁ ଏଥର ଦର୍ଶକ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ବିଶାଳ ସ୍କୋର ଦେଖିପାରନ୍ତି । ଲାଲ୍ ମାଟି ପିଚ୍ ଦ୍ରୁତ ସ୍କୋର ସହ ବାଉନ୍ସ ବି ହୁଏ । ଖାଲି ବ୍ୟାଟ୍ସମ୍ୟାନ୍ କାହିଁକି ପିଚରେ ଘାସ ରହୁଥିବାରୁ ଦ୍ରୁତ ବୋଲରମାନେ ବି ଫାଇଦା ନେଇପାରନ୍ତି ବୋଲି କ୍ରୀଡ଼ା ପଣ୍ଡିତ କହିଛନ୍ତି ।
ସେପଟେ ଲାଲ୍ ମାଟିର ପିଚକୁ ନେଇ ଟି-୨୦ କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ କହିଛନ୍ତି- ମୁଁ ଭାବୁଛି ଏହା ଭଲ ହେବ କିନ୍ତୁ କଳା ମାଟି ଭଲ ହୋଇଥାନ୍ତା । କଟକରେ କାକର ପଡିବା ଆଶଙ୍କା ଥିବାରୁ ଏହା ଉଭୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଟସ୍ ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।
Follow Us