ବିବାହର କିଛି ଦିନ ଆଗରୁ ଏହି ଅଭିନେତ୍ରୀଙ୍କ ସହ ସଂପର୍କରେ ଥିଲେ ସୁରେଶ ରାଇନା

Advertisment
ବିବାହର କିଛି ଦିନ ଆଗରୁ ଏହି ଅଭିନେତ୍ରୀଙ୍କ ସହ ସଂପର୍କରେ ଥିଲେ ସୁରେଶ ରାଇନା

YouTube

ଭାରତୀୟ କ୍ରିକେଟର ଆର୍କଷଣୀୟ ଅଲରାଉଣ୍ଡର୍‌ ସୁରେଶ ରାଇନା ଆଉ କିଛି ଦିନ ପରେ ଆଇପିଏଲରେ ନିଜର କରିସ୍ମା ଦେଖାଇବାକୁ ଯାଉଛନ୍ତି। ୨୦୧୫ ମସିହାରେ ରାଇନା ତାଙ୍କର ଲକ୍ଷାଧିକ ମହିଳା ଫ୍ୟାନ୍‌ଙ୍କ ହୃଦୟ ଭାଙ୍ଗି ପ୍ରିୟଙ୍କା ଚୌଧୁରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର କୁନି ଝିଅଟେ ମଧ୍ୟ ରହିଛି। ନବାବ୍‌ ପଟାଉଡିଙ୍କ ଠାରୁ ବିରାଟ କୋହଲିଙ୍କ ଯାଏଁ ଚଳଚ୍ଚିତ୍ର ତାରକା ଏବଂ କ୍ରିକେଟ ଖେଳାଳିଙ୍କ ସଂପର୍କ ରହିଆସିଛି । ସେହିପରି ବଲିଉଡ ଏବଂ ଟଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ହାସନଙ୍କ ସହ ରାଇନାଙ୍କ ପ୍ରେମ ସଂପର୍କଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଦୁହେଁ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା । କିନ୍ତୁ ତାଙ୍କର ପ୍ରେମକାହାଣୀ ଅଧାରେ ରହିଯାଇଥିଲା ଏବଂ ରାଇନା ହୋଇଯାଇଥିଲେ ପ୍ରିୟଙ୍କାଙ୍କର ।

publive-image Firstpost

ଶ୍ରୁତିି ହାସନ ଏବଂ ସୁରେଶ ରାଇନାଙ୍କ ସଂପର୍କକୁ ନେଇ ଖବର ବହୁତ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏପରି ମଧ୍ୟ ଶୁଣିବାକୁ ମିଳୁଥିଲା ଦୁହେଁ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ସୁରେଶ ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ ପାଇଁ ଖେଳୁଥିଲେ ଏବଂ ଶ୍ରୁତିି ତାଙ୍କୁ ଉତ୍ସାହିତ କରିବା ପାଇଁ ସବୁବେଳେ ପହଞ୍ଚିଯାଉଥିଲେ । ଏହାଛଡ଼ା ମଧ୍ୟ ଅନେକ ସ୍ଥାନରେ ଶ୍ରୁତି ଏବଂ ରାଇନାଙ୍କୁ ଏକା ସାଙ୍ଗରେ ମଧ୍ୟ ଦେଖିବାପାଇଁ ମିଳିଥିଲା । ୨୦୧୩ ମସିହାରେ ରାଇନା ଏବଂ ଶ୍ରୁତିିଙ୍କ ମଧ୍ୟରେ ବଢ଼ୁଥିବା ସଂପର୍କକୁ ଦେଖି ସମସ୍ତଙ୍କୁ ଲାଗିଥିଲା ଯେପରି ଦୁହେଁ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ସୁରେଶ ଶ୍ରୁତିଙ୍କୁ ତାଙ୍କପାଇଁ ଭାଗ୍ୟଶାଳୀ ମାନୁଥିଲେ। ସୁରେଶଙ୍କ କିଛି ନିକଟତମ ବନ୍ଧୁ ଏପରି ମଧ୍ୟ କୁହନ୍ତି କି ରାଇନା ତାଙ୍କ ବିବାହର କିଛି ଦିନ ଆଗରୁ ମଧ୍ୟ ଶ୍ରୁତିିଙ୍କ ସହ ସଂପର୍କରେ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe