ନୂଆଦିଲ୍ଲୀ: ଫିକିର ୧୫ତମ ବିଶ୍ୱ କ୍ରୀଡ଼ା ସମ୍ମିଳନୀ (ଗ୍ଲୋବାଲ ସ୍ପୋର୍ଟ୍ସ ସମିଟ) ‘ଟର୍ଫ ୨୦୨୫’ ଏବଂ ‘ଇଣ୍ଡିଆ ସ୍ପୋର୍ଟ୍ସ ଆୱାର୍ଡସ ୨୦୨୫’ରେ କ୍ରୀଡ଼ା କ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ରିଲାଏନ୍ସ ଫାଉଣ୍ଡେସନ୍କୁ ସମ୍ମାନିତ କରାଯାଇଛି। କ୍ରୀଡାକୁ ପ୍ରୋତ୍ସାହିତ କରୁଥିବା ରିଲାଏନ୍ସ ଫାଉଣ୍ଡେସନ୍କୁ ଶ୍ରେଷ୍ଠ କର୍ପୋରେଟ-ହାଇ ପରଫର୍ମାନ୍ସ (ବେଷ୍ଟ କର୍ପୋରେଟ୍ ପ୍ରମୋଟିଂ ସ୍ପୋର୍ଟ୍ସ - ହାଇ ପରଫର୍ମାନ୍ସ) ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ତୃଣମୂଳସ୍ତରରୁ ହାଇ-ପରଫରମାନ୍ସ ସ୍ତର ପର୍ଯ୍ୟନ୍ତ କ୍ରୀଡ଼ାକୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ କରିଛି। ନୀତା ଅମ୍ବାନୀଙ୍କୁ ମଧ୍ୟ ଦେଶର ‘ସ୍ପୋର୍ଟ୍ସ ଲିଡର ଅଫ ଇଣ୍ଡିଆ’ ଭାବେ ବିବେଚନା କରାଯାଉଛି।
ଫିକି ପକ୍ଷରୁ କୁହାଯାଇଛି ‘‘ଏହି ପୁରସ୍କାର ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ. ଅମ୍ବାନୀଙ୍କ ଦୃଷ୍ଟିକୋଣ ଏବଂ ନେତୃତ୍ୱ ପାଇଁ ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ସଦସ୍ୟ ହୋଇଥିବା ପ୍ରଥମ ଭାରତୀୟ ମହିଳା ଭାବରେ, ନୀତା ଅମ୍ବାନୀ ବିଶ୍ୱବ୍ୟାପୀ ଅଲିମ୍ପିକ୍ସ ଆନ୍ଦୋଳନକୁ ମଜବୁତ କରିବା ଏବଂ ଭାରତର କ୍ରୀଡ଼ା ଆକାଂକ୍ଷାକୁ ଉଚ୍ଚ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ, ରିଲାଏନ୍ସ ଫାଉଣ୍ଡେସନ ତୃଣମୂଳସ୍ତରୀୟ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଏଲିଟ କ୍ରୀଡ଼ାବିତ ବିକାଶ ପର୍ଯ୍ୟନ୍ତ ଅନେକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଆରମ୍ଭ କରିଛି।।’’
ରିଲାଏନ୍ସ ଫାଉଣ୍ଡେସନ୍କୁ ‘ଫିକି’ ପୁରସ୍କାର
ଭାରତ ବିଶ୍ୱର ମଲ୍ଟି ସ୍ପୋର୍ଟିଂ ପାୱାରହାଉସ୍ ହେବ
ଆର୍ଏଫ୍ ୨.୩ କୋଟିଙ୍କ ଜୀବନରେ ପ୍ରଭାବ ପକାଇଛି
ଏହି ପୁରସ୍କାରକୁ ଶ୍ରୀମତି ଅମ୍ବାନୀ ରିଲାଏନ୍ସ ଫାଉଣ୍ଡେସନ୍ ପରିବାର ଏବଂ ଦେଶର ଯୁବ କ୍ରୀଡ଼ାବିତଙ୍କୁ ଉତ୍ସର୍ଗ କରିଛନ୍ତି। ‘‘ଆସନ୍ତା ଦଶନ୍ଧି ଭାରତୀୟ କ୍ରୀଡ଼ାର ସୁବର୍ଣ୍ଣ ସମୟ ହେବ। ଭାରତକୁ ଏକ ବିଶ୍ୱସ୍ତରୀୟ ବହୁ-କ୍ରୀଡ଼ା (ମଲ୍ଟି-ସ୍ପୋର୍ଟ୍ସ) ପାୱାରହାଉସ୍ କରିବାର ସମୟ ଆସିଯାଇଛି। ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ରହିଛି ଯେ ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଏବଂ ରିଲାଏନ୍ସ ଫାଉଣ୍ଡେସନ୍ ଏହି ସ୍ୱପ୍ନ ପୂରଣ କରିବାକୁ ପ୍ରତିବଦ୍ଧ ରହିଛି।’’ ରିଲାଏନ୍ସ ଫାଉଣ୍ଡେସନ୍ର କ୍ରୀଡ଼ା ପଦକ୍ଷେପଗୁଡ଼ିକ ଦେଶର ଦୁଇ କୋଟି ୩୦ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି। ସ୍କୁଲ, ତୃଣମୂଳ କିମ୍ବା ହାଇ-ପରଫରମାନ୍ସ ତାଲିମ ଯୁବପିଢ଼ିକୁ ସବୁଠି କ୍ରୀଡ଼ା ସହିତ ଯୋଡ଼ାଯାଇଛି। ‘‘କ୍ରୀଡ଼ାରେ ଜୀବନକୁ ପରିବର୍ତ୍ତନ କରିବା, ସମାଜକୁ ଏକତ୍ର କରିବା ଏବଂ ଦେଶକୁ ସଶକ୍ତ କରିବାର ଅନନ୍ୟ ଶକ୍ତି ରହିଛି। ଗ୍ରାମ ପଡ଼ିଆରୁ ବିଶ୍ୱସ୍ତରୀୟ ପ୍ଲାଟ୍ଫର୍ମ ପର୍ଯ୍ୟନ୍ତ ଭାରତର କ୍ରୀଡ଼ା ମନୋଭାବ ଜାଗ୍ରତ ହୋଇଛି। ଆମ ଝିଅମାନେ ନିରନ୍ତର ଭାବେ ଜାତୀୟ ପତାକାକୁ ଗୌରବାନ୍ୱିତ କରୁଛନ୍ତି। ଯେତେବେଳେ ଆମ ଝିଅମାନେ ଖେଳନ୍ତି, ସେବେ ପ୍ରତ୍ୟେକ ଝିଅ, ପ୍ରତ୍ୟେକ ମହିଳା ଜିତିଥାନ୍ତି।’’
Follow Us