ବିଶ୍ୱକପ୍‌ ପୂର୍ବରୁ ପରିବାର ସହ ଭିନ୍ନ ଭିନ୍ନ ଶୈଳୀରେ ସମୟ ବିତାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟ

Advertisment
ବିଶ୍ୱକପ୍‌ ପୂର୍ବରୁ ପରିବାର ସହ ଭିନ୍ନ ଭିନ୍ନ ଶୈଳୀରେ ସମୟ ବିତାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟ

twitter.

ନୂଆଦିଲ୍ଲୀ: ଆଉ ମାତ୍ର କେଇ ଦିନର ଅପେକ୍ଷା । ଆରମ୍ଭ ହେବ ପୁରୁଷ ବିଶ୍ୱକପ୍‌ କ୍ରିକେଟ୍‌ ମହାକୁମ୍ଭ । ମଇ ୩୦ରୁ କମ୍ପିବ ପଡ଼ିଆ ଆଉ ଆରମ୍ଭ ହେବ ଟାଇଟେଲ୍‌ ପାଇଁ ଲଢ଼େଇ । ତେବେ ଏହି ବିଶ୍ୱକପ୍‌ ତାଜ୍‌ ପିନ୍ଧିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତି କରୁଥିବାବେଳେ ଭାରତୀୟ ଦଳ କିନ୍ତୁ ପ୍ରତିଯୋଗିତା ପାଇଁ ଭିନ୍ନ ତରିକାରେ ପ୍ରସ୍ତୁତି ଚଳାଇଛି। ଜାତୀୟ ଗଣମାଧ୍ୟମ ଅନୁସାରେ ଭାରତୀୟ କ୍ରିକେଟ୍‌ ଟିମକୁ  ଟୁର୍ଣ୍ଣାମେଣ୍ଟ ପୂର୍ବରୁ କ୍ରିକେଟ୍‌ ଦୁନିଆରୁ ଦୂରର ରହିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ବିଶ୍ୱକପ୍‌ ପାଇଁ ଭାରତୀୟ ଟିମରେ ସ୍ଥାନ ପାଇଥିବା ସମସ୍ତ ଖେଳାଳୀ ଦୀର୍ଘ ଦେଢ଼ ମାସ ଧରି ଆଇପିଏଲ ପ୍ରତିଯୋଗିତାରେ ଖେଳୁଥିଲେ । ଯାହା କି ଗତ ୧୨ ତାରିଖରେ ଶେଷ ହୋଇଛି । ତେଣୁ ମଇ ୩୦ ତାରିଖରେ ହେବାକୁଥିବା କ୍ରିକେଟ୍‌ ଜଗତର ସବୁଠାରୁ ମର୍ଯ୍ୟାଦାପୂର୍ଣ୍ଣ ଟାଇଟେଲ୍‌ ପାଇଁ ଦଳର ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି । ଏପରିକି ଖେଳାଳୀମାନଙ୍କୁ ୟୋ-ୟୋ ଟେଷ୍ଟରୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଯାହାଦ୍ୱାରା ସେମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଭାରତୀୟ ଟିମରେ ବିଶ୍ୱକପ୍‌ ପାଇଁ ଚୟନ ହୋଇଥିବା ଖେଳାଳୀଙ୍କୁ ଆସନ୍ତା ୨୧ରେ ମୁମ୍ବାଇ ଠାରେ ପହଁଚିବା ପୂର୍ବରୁ ଆରାମ କରିବାକୁ କୁହାଯାଇଛି । ସେମାନେ ୨୨ ତାରିଖରେ ଲଣ୍ଡନ ଗସ୍ତ କରିବେ। ଏହା ପୂର୍ବରୁ ଖେଳାଳିମାନଙ୍କୁ ଅଭ୍ୟାସରୁ ବିଶ୍ରାମ ଦେଇ ସେମାନଙ୍କୁ ମାନସିକ ସ୍ତରରେ ସତେଜ୍‌ ରଖାଇ ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ ପରାମର୍ଶ ଦେଇଛନ୍ତି। ଯେଉଁଥି ପାଇଁ ଭାରତୀୟ ଟିମର ଷ୍ଟାର ଖେଳାଳିମାନେ ନିଜ ପରିବାର ଲୋକଙ୍କ ସହ ଏବେ ଭିନ୍ନ ଭିନ୍ନ ତରିକାରେ ସମୟ ବିତାଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe