ନୂଆଦିଲ୍ଲୀ: ବେଳାଏ ଖାଇବା ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଦେଲେ ୭ ଲକ୍ଷ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ। ସନ୍ଦେହ ଦୂର କରିବା ଲାଗି ଆକାଶ ନିଜ ଟ୍ଵିଟର ପୃଷ୍ଠାରେ ନିଜ ହୋଟେଲ ବିଲ୍ର ଫଟୋ ପ୍ରକାଶ କରି ଏହାର ପ୍ରମାଣ ମଧ୍ୟ ଦେଇଛନ୍ତି। ଆଉ ଏହାକୁ ସେ ଏକ ସ୍ମରଣୀୟ ଭୋଜନର ଆଖ୍ୟା ଦେଇଛନ୍ତି। ଆକାଶଙ୍କ ପ୍ରଶଂସକମାନେ ଥରକର ଖାଇବା ପାଇଁ ସେ ଏତେ ଟଙ୍କା ବ୍ୟୟ କରିବା ନେଇ ଆଶ୍ଚର୍ଯ୍ୟ ଓ ବିସ୍ମୟ ପ୍ରକଟ କରିଥିଲେ। ହେଲେ ଆକାଶ ମାତ୍ର କିଛି ମିନିଟ୍ ଭିତରେ ସେମାନଙ୍କର ଦ୍ୱନ୍ଦ୍ୱ ଦୂର କରି ଦେଇଥିଲେ। ସତ କଥା ହେଲା ଆକାଶ ସଂପ୍ରତି ଇଣ୍ଡୋନେସିଆର ବାଲି ଦ୍ୱୀପ ଭ୍ରମଣରେ ଯାଇଛନ୍ତି। ସେଠାକାର ଏକ ହୋଟେଲରେ ଖାଇବା ବେଳେ ଇଣ୍ଡୋନେସିଆ ମୁଦ୍ରାରେ ସତକୁ ସତ ତାଙ୍କୁ ପାଖା ପାଖି ୭ ଲକ୍ଷ ରୁପିୟା ଦେବାକୁ ପଡ଼ିଥିଲା। ତେବେ ବିନିମୟ ହାରକୁ ବିଚାରକୁ ନେଲେ ଭାରତୀୟ ମୁଦ୍ରାରେ ଏହା ପାଖାପାଖି ୩୩୩୪ ଟଙ୍କା ହେବ। କାରଣ ଗୋଟିଏ ଭାରତୀୟ ଟଙ୍କାର ମୂଲ୍ୟ ଇଣ୍ଡୋନେସିଆର ୨୧୦ ରୁପିୟାରେ ସହ ସମାନ। ଆଉ ଏକ ପଞ୍ଚ ତାରକା ହୋଟେଲର ଖାଇବା ବିଲ୍ ଏତିକି ହେବା ସ୍ୱାଭାବିକ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us