ରୋନାଲ୍‌ଡିନୋଙ୍କ ଅବସର

ରୋନାଲ୍‌ଡିନୋଙ୍କ ଅବସର

Former FC Barcelona player Ronaldinho waves to the crowd during the friendly soccer match between FC Barcelona legends and Manchester United legends at the Camp Nou stadium in Barcelona, Spain, Friday, June, 30, 2017. (AP Photo/Manu Fernandez)

ବ୍ରାସିଲିଆ: ବ୍ରାଜିଲ୍‌ ବିଶ୍ୱ ବିଜେତା ଦଳର ଏକଦା ସଦସ୍ୟ ଥିବା ରୋନାଲ୍‌ଡିନୋ ଫୁଟ୍‌ବଲ୍‌ରୁ ଅବସର ଘୋଷଣା କରିଛନ୍ତି। ପ୍ରାୟ ୨ ବର୍ଷ ଧରି ଜାତୀୟ ଦଳର ବାହାରେ ରହିବା ପରେ ମଙ୍ଗଳବାର ରୋନାଲ୍‌ଡିନୋ ବିଦ୍ଧିବଦ୍ଧ ଅବସର ସୂଚନା ଦେଇଛନ୍ତି। ଏହି ୩୭ ବର୍ଷ ବୟସ୍କ ତାରକା ଖେଳାଳି ବ୍ରାଜିଲ୍‌ ପାଇଁ ୯୭ ମ୍ୟାଚ୍‌ ଖେଳି ୩୩ ଗୋଲ୍‌ କରିଥିଲେ। ୨୦୦୨ରେ ବ୍ରାଜିଲ୍‌ ବିଶ୍ୱ ବିଜେତା ହୋଇଥିଲା ବେଳେ ସେହି ବିଶ୍ୱକପ୍‌ରେ ରୋନାଲ୍‌ଡିନୋ ୨ ଗୋଲ୍‌ କରିଥିଲେ। ୨୦୧୫ରେ ସେ ଶେଷ ମ୍ୟାଚ୍‌ ଖେଳିଥିଲେ। ରୋନାଲ୍‌ଡିନୋ ଆଉ ଫୁଟ୍‌ବଲ୍‌ ଖେଳିବେ ନାହିଁ ବୋଲି ତାଙ୍କ ବଡ଼ ଭାଇ ତଥା ଏଜେଣ୍ଟ୍‌ ରବର୍ଟୋ ଆଶିଶ ସ୍ପଷ୍ଟ କରିଛନ୍ତି।.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe