‘ଜର୍ସି ନମ୍ବର ୧୨କୁ ମିଳୁ ଅବସର’

Advertisment
ବ୍ରଡ୍‌ଙ୍କୁ ୬ ଛକା ମାରି  ଚର୍ଚ୍ଚିତ ହୋଇଥିଲେ ଯୁବରାଜ ସିଂହ

‌ମୁମ୍ବାଇ: ସୋମବାର ଯୁବରାଜ ସିଂହଙ୍କ ଅବସର ସହିତ ତାଙ୍କଦ୍ବା‌ରା ସର୍ବଦା ବ୍ୟବହୃତ ଜର୍ସି ନମ୍ବର ୧୨କୁ ମଧ୍ୟ ଅବସର ଦିଆଯାଉ ବୋଲି ତାଙ୍କ ସାଥୀ‌ ଖେଳାଳିମାନେ ଦାବି କରିଛନ୍ତି। ବିଶେଷ କରି ବିସିସିଆଇ ଏହି ଜର୍ସିକୁ ଅବସର ଦେଉ‌ ବୋଲି ବହୁ ପୂର୍ବତନ ଖେଳାଳିମାନେ ନିଜ ପ୍ରତିକ୍ରିୟା ବେଳେ କହିଛନ୍ତି। ଖେଳାଳି ଆସିବେ ଯିବେ କିନ୍ତୁ ତୁମ ଭଳି ବିରଳ ପ୍ରତିଭା ପାଇବା କଷ୍ଟକର ବୋଲି ବୀରେନ୍ଦ୍ର ସେହବାଗ କହିଛନ୍ତି। ବହୁ କଷ୍ଟକର ଜୀବନ ଭିତରେ ବି ତୁମେ କର୍କଟକୁ, ବୋଲରଙ୍କୁ ଧୂଳିସାତ କରିଛ ଏବଂ ଅନେକ ହୃଦୟ ଜିତିଛ ବୋଲି ସେହବାଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଯୁବରାଜ ନିଜ ଖେଳ ଜୀବନରେ ଭାରତୀୟ ଦଳ ଛଡ଼ା କିଙ୍ଗସ ଇଲେଭେନ୍ ପଞ୍ଜାବ, ପୁନେ ୱାରିୟର୍ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌, ଦିଲ୍ଲୀ ଡେୟାର ଡେଭିଲ୍ସ, ସନ୍‌ରାଇଜର୍ସ ହାଇଦ୍ରାଦାବ, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ବେଳେ ପ୍ରତି ଥର ୧୨ ନମ୍ବର ଜର୍ସି ପରିଧାନ କରିଥିଲେ। ଅନ୍ୟମାନେ ଦେଇଥିଲେ ଏଭଳି ମତି।

।ସଚିନ ତେନ୍ଦୁଲକର: ଦଳ ତୁମକୁ‌ ଯେତେ‌ବେଳେ ଲୋଡ଼ିଛି‌ ତୁମେ ବିଜେତା ଭାବରେ ଆସିଛ। ଉତ୍‌ଥାନ ଓ ପତନ ଦେଇ ଗତି କରିଛ। ଦ୍ବିତୀୟ ପାଳି ପାଇଁ ଶୁଭକାମନା।
।ବିରାଟ କୋହଲି: ଏଭଳି ଚମତ୍କାର କ୍ୟାରିୟର୍ ପାଇଁ ଅଭିନନ୍ଦନ ପାଜି। ଆମକୁ ଏତେ ବିଜୟ ଏବଂ ଖୁସି ମୁହୂର୍ତ ଦେଇଥିବାରୁ ତୁମେ ବାସ୍ତବ ବିଜେତା।
।ମହମ୍ମଦ କୈଫ: କ୍ରିକେଟ୍‌ ଇତିହାସର ଜଣେ ଅନ୍ୟତମ ମହାନ ମ୍ୟାଚ୍‌ ବିଜେତା। ଅନେକ ଆହ୍ବାନ ଓ ଲଢ଼ୁଆ ଚରିତ୍ରର ଖେଳାଳି।
। କେଭିନ୍ ପିଟରସନ: ସାହସୀ, ଲଢ଼ୁଆ ଏବଂ ନୀଳ ପୋଷାକରେ ତୁମେ ଚମତ୍କାର ଖେଳିଛ। ଖୁସିର ଅବସର।
।ଗୌତମ ଗମ୍ଭୀର: ଭାରତର ତୁମେ ଶ୍ରେଷ୍ଠ ଧଳାବଲ୍ କ୍ରିକେଟର୍‌। ବିସିସିଆଇ ଜର୍ସି ନମ୍ବର ୧୨କୁ ଅବସର ଦେଇଦେବା ଉଚିତ୍।
।ସୁରେଶ ରାଇନା: ଏକ ଯୁଗର ଅବସାନ ହେଲା। ବ୍ୟାଟରେ ଚମତ୍କାରିତା ଏବଂ ଗୌରବମୟ ଛକା, ଅତୁଳନୀୟ ‌କ୍ଷେତ୍ରରକ୍ଷଣ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ।
।ଶିଖର ଧାୱନ: ତୁମ ଭଲ ପାଇବା, ପରାମର୍ଶ ପାଇଁ ଧନ୍ୟବାଦ ପାଜି।
।ସଞ୍ଜୟ ମଞ୍ଜରେକର: ୧-ସବର୍କାଳୀନ ଶ୍ରେ‌ଷ୍ଠ ବ୍ୟାଟସମ୍ୟାନ୍, ୨-ବ୍ୟାଟ୍ ସୁଇଙ୍ଗରେ ମହାନ, ୩-ପ୍ରଶଂସନୀୟ ଅନ୍ତର୍ଜାତୀୟ ପଦାର୍ପଣ, ୪-ନିସ୍ବାର୍ଥପର ବ୍ୟାଟସମ୍ୟାନ୍‌।
।ହରଭଜନ ସିଂହ: ମୋ ଲଢ଼ୁଆ ଯୁବରାଜ, ପଡ଼ିଆ ଭିତରେ ଏବଂ ବାହାରେ ଅସଲ ଯୋଦ୍ଧା।
।ଅନ୍ୟମାନେ: ଜାହିର ଖାନ୍‌, ହାର୍ଦିକ ପାଣ୍ଡ୍ୟା, ଭିଭିଏସ୍ ଲକ୍ଷ୍ମଣ, ଈଶାନ୍ତ ଶର୍ମା, ୟୁଜବେନ୍ଦ୍ର ଚହଲ, ଆକାଶ ଚୋପ୍ରା, ପାର୍ଥିବ ପଟେଲ୍, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ସାଇନା ନେହ୍ବାଲ, ପ୍ରଜ୍ଞାନ ଓଝା ପ୍ରମୁଖ ମଧ୍ୟ ସାମାଜିକ ଗଣମାଧ୍ୟମରେ ଯୁବରାଜଙ୍କୁ ପ୍ରଶଂସା, ସାବାସୀ ଓ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe