ଅବସର ନେଲେ ରାଣୀ

Advertisment

ପୂର୍ବତନ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କ ୧୬ ବର୍ଷ ଖେଳ ଜୀବନର ଅବସାନ ଘଟିଛି। ୨୯ ବର୍ଷୀୟା ରାଣୀଙ୍କ ନେତୃତ୍ବରେ ଭାରତ ୨୦୨୧ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ଜିତି ଇତିହାସ ରଚିଥିଲା। 

ପୂର୍ବତନ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କ ୧୬ ବର୍ଷ ଖେଳ ଜୀବନର ଅବସାନ ଘଟିଛି। ୨୯ ବର୍ଷୀୟା ରାଣୀଙ୍କ ନେତୃତ୍ବରେ ଭାରତ ୨୦୨୧ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ଜିତି ଇତିହାସ ରଚିଥିଲା। 

dgjjggjgjd

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କ ୧୬ ବର୍ଷ ଖେଳ ଜୀବନର ଅବସାନ ଘଟିଛି। ୨୯ ବର୍ଷୀୟା ରାଣୀଙ୍କ ନେତୃତ୍ବରେ ଭାରତ ୨୦୨୧ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ଜିତି ଇତିହାସ ରଚିଥିଲା। 
ଅବସର ଘୋଷଣା ବେଳେ ରାଣୀ କହିଛନ୍ତି ଯେ ଏହା ଉଲ୍ଲେଖନୀୟ ଯାତ୍ରା ଥିଲା। ମୁଁ କେବେ ଭାବି ନଥିଲି ଏତେ ଦିନ ଧରି ଭାରତ ପାଇଁ ଖେଳିପାରିବି। ପିଲା ବେଳୁ ବହୁତ ଦାରିଦ୍ର୍ୟ ଦେଖିଛି, କିନ୍ତୁ ସବୁବେଳେ କିଛି କରିବା ଏବଂ ଦେଶରୁ ପ୍ରତିନିଧିତ୍ବ କରିବା ଲକ୍ଷ୍ୟ ରଖିଥିଲି। ଯଦି ଦେଶ ପାଇଁ ୧୫-୧୬ ବର୍ଷ ଖେଳିଥିବାରୁ ଏହି ନିଷ୍ପତ୍ତି ନେବା କଷ୍ଟସାଧ୍ୟ ହୋଇଥିଲା। କିନ୍ତୁ ବହୁତ ଭାବିବା ପରେ ଏହା ଠିକ୍‌ ସମୟ ବୋଲି ଅନୁଭବ କରିଥିଲି। ଏବେ ମୁଁ ମହିଳା ହକି ଇଣ୍ଡିଆ ଲିଗ୍‌ରେ ଦିଲ୍ଲୀ ଦଳର ମ‌ାର୍ଗଦର୍ଶକ ‌ଭାବେ ନୂଆ ପାଳି ଆରମ୍ଭ କରି ଦେଇଛି। ମୋ ଜୀବନରେ କୌଣସି ଦୁଃଖ ନାହିଁ। ମୁଁ ‌ଏତେ ଦିନ ଦେଶରୁ ପ୍ରତିନିଧିତ୍ବ କରିଥିବାରୁ ଗର୍ବ ଅନୁଭବ କରୁଛି''।

ମାତ୍ର ୧୪ ବର୍ଷ ବୟସରେ ରାଣୀ ୨୦୦୮ରେ ଅଲିମ୍ପିକ୍‌ ଯୋଗ୍ୟତା ମ୍ୟାଚ୍‌ରେ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ୨୫୪ ମ୍ୟାଚ୍‌ ଖେଳି ୨୦୫ ଗୋଲ୍‌ କରିଛନ୍ତି। ରାଣୀ ୨୦୨୦ରେ ‌ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଥିଲେ। ଏଥିସହ ସେ ସେହି ବର୍ଷ ସେ ପଦ୍ମଶ୍ରୀ ମଧ୍ୟ ପାଇଥିଲେ। ସଂପ୍ରତି‌ ଜାତୀୟ କନିଷ୍ଠ ମହିଳା ଦଳର ସେ ପ୍ରଶିକ୍ଷକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe