ଓଡ଼ିଶା ମଡର୍ଣ୍ଣ ପେଣ୍ଟାଥଲନ୍‌ ଦଳର ପୁନେ ଯାତ୍ରା

Advertisment
ଓଡ଼ିଶା ମଡର୍ଣ୍ଣ ପେଣ୍ଟାଥଲନ୍‌ ଦଳର ପୁନେ ଯାତ୍ରା

ଭୁବନେଶ୍ବର: ଏମ୍‌ପିଏଫ୍‌ଆଇ ଲେଜର ରନ୍‌ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଶନିବାର ପୁନେ ଯାତ୍ରା କରିଛି। ଏହି ପ୍ରତିଯୋଗିତା ଆସନ୍ତା ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଚାଲିବ। ପୁନେ ଯାତ୍ରା ପୂର୍ବରୁ ଖେଳାଳିମାନଙ୍କୁ ଶିବାନନ୍ଦ ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ନିର୍ଭୟ କୁମାର ସାମନ୍ତରାୟ, ସମ୍ମାନିତ ଅତିଥି ଟିଟନ ସାହୁ, ସଭାପତି ରଞ୍ଜନ କୁମାର ନନ୍ଦ, ସାଧାରଣ ସଂପାଦକ ଏମ୍‌ଡି ଆଜମ୍‌, ଅଧ୍ୟକ୍ଷ ପ୍ରଫୁଲ କୁମାର ମହାପାତ୍ର, ଅଶୋକ କୁମାର ରାଉତରାୟ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଦଳ: ବିଶ୍ବରଞ୍ଜନ ମହାନ୍ତି, ବିକାଶ ଜେନା (ଅଧିନାୟକ), ମହମ୍ମଦ ଅମନ୍‌, ଶୁଙ୍କୁର ଶ୍ରୀପାଲ, କମଳାକାନ୍ତ ମହାନ୍ତି, ଶ୍ରୀୟାଶ ମହାନ୍ତି, ଟାଇଜାମ୍‌ ଖଗରଜ୍‌ ସିଂହ, ଗୁରୁପ୍ରସାଦ ଭାଟିଆ, ବିଶ୍ବଜିତ୍‌ ମହାରଣା, ଆଶିଷ ମହାକୁଡ଼, ଦେବାଶିଷ ମହାନ୍ତି, ପିଙ୍କି ସାହୁ। ପ୍ରଶିକ୍ଷକ-ମହମ୍ମଦ ଆଜମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe