ରିଚା ଶତକରୁ, ଭାରତ ବିଜୟରୁ ବଞ୍ଚିତ: ଦକ୍ଷିଣ ଆଫ୍ରିକା ୩ ୱିକେଟ୍‌ରେ ବିଜୟୀ

ଚଳିତ ଆଇସିସି ଦିନିକିଆ ବିଶ୍ବକପ୍‌ରେ ଭାରତକୁ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ ରଖିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ରାତିରେ ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚ୍‌ରେ ରିଚା ଘୋଷଙ୍କ ଲଢ଼ୁଆ ପାଳି କାରଣରୁ ଭାରତ ୨୫୨ ରନ୍ କରିଥିଲା।

dgddgagdaccvzvc

ବିଶାଖାପାଟଣା: ଚଳିତ ଆଇସିସି ଦିନିକିଆ ବିଶ୍ବକପ୍‌ରେ ଭାରତକୁ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ ରଖିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ରାତିରେ ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚ୍‌ରେ ରିଚା ଘୋଷଙ୍କ ଲଢ଼ୁଆ ପାଳି କାରଣରୁ ଭାରତ ୨୫୨ ରନ୍ କରିଥିଲା। ଭାରତ ଭଳି ଡେଥ୍ ଓଭରରେ ଲଢ଼ୁଆ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ବଲ୍ ପୂର୍ବରୁ ୭ ୱିକେଟ୍ ହରାଇ ୨୫୨ ରନ୍ ସଂଗ୍ରହ କରି ନେଇଥିଲା।ଅଧିନାୟିକା ‌ଲୌରା ଓଲ୍‌ଭର୍ଟ  (୧୧୧ ବଲ୍‌ରୁ ୭୦ ରନ୍‌) ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ପାଳି ଗଢ଼ିଥିଲେ। ଦକ୍ଷିଣ ଆଫ୍ରିକା ୮୧/୫ରେ ସଂଘର୍ଷ କରିଥିଲେ ମଧ୍ୟ ସପ୍ତମ ୱିକେଟ୍ ପାଇଁ କ୍ଲୋ ଟ୍ରାଏନ୍‌ (୬୬ ବଲ୍‌ରୁ ୪୯ ରନ୍) ଏବଂ ନାଦିନ୍ ଡି’ କ୍ଲାର୍କ (୫୪ ବଲ୍‌ରୁ ୮୪* ରନ୍) ୭୭ ରନ୍ ଯୋଡ଼ିବା ଦଳକୁ ବିଜୟ ମୁହାଁ କରିଥିଲା। କ୍ଲାର୍କ ଶେଷକୁ ଚୌକା ଓ ଛକା ବର୍ଷା କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ହର୍ମନପ୍ରୀତଙ୍କ ଦଳ ହ୍ୟାଟ୍ରିକ୍‌ ବିଜୟରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ରେ ଭାରତ ବିପକ୍ଷରେ ହ୍ୟାଟ୍ରିକ୍‌ ବିଜୟ ପାଇଛି। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ କ୍ଲାର୍କଙ୍କୁ ମିଳିଥିଲା। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ ରବିବାର ଅଷ୍ଟ୍ରେଲିଆ ସହ ଖେଳିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଭାରତ ପାଇଁ ରିଚା ଘୋଷଙ୍କ ଲଢ଼ୁଆ ପାଳି (୭୭ ବଲ୍‌ରୁ ୯୪ ରନ୍, ୧୧ ଚୌକା, ୪ ଛକା) ଖେଳିଥିଲେ। ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିଥିବା ୱି‌କେଟ୍‌ରକ୍ଷକ ବ୍ୟାଟର୍‌ ରିଚା ମଧ୍ୟ ଅଷ୍ଟମ ୱିକେଟ୍‌ରେ ସ୍ନେହ ରାଣାଙ୍କୁ ସାଥୀ କରି ମାତ୍ର ୮.୫ ଓଭରରୁ ୮୮ ରନ୍ ଯୋଡ଼ିବା ଭାରତକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲା। ରାଣା ୨୪ ବଲ୍‌ରୁ ୬ ଚୌକା ସହାୟତାରେ ୩୩ ରନ୍ କରିଥିଲେ। ଶେଷ ଓଭରରେ ବଡ଼ ସଟ୍‌ ଖେଳିବାକୁ ଯାଇ ରିଚା ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କ ପାଳି କିନ୍ତୁ ଏକଦା ସଂଘର୍ଷ (୨୬ ଓଭରରେ ୧୦୨/୬) କରୁଥିବା ଭାରତକୁ ଏକ ଲଢ଼ୁଆ ସ୍କୋର୍‌ ପ୍ରଦାନ କରିଥିଲା। ପ୍ରଥମ ୧୦ ଓଭରରୁ ଭାରତ ବିନା କ୍ଷତିରେ ୫୫ ରନ୍ ସଂଗ୍ରହ କରିଥିଲା। ପରବର୍ତ୍ତୀ ୩୦ ଓଭରରେ କିନ୍ତୁ କେବେ ଓଭର ପିଛା ୩ରୁ ଅଧିକ ରନ୍ ସଂଗ୍ରହ କରିପାରି ନଥିଲା। ଦ‌ୁଇ ତାରକା ସ୍ମୃତି ମନ୍ଧାନା (୨୩) ଏବଂ ହର୍ମନପ୍ରୀତ୍ କୌର୍ (୯)ଙ୍କ ବିଫଳତା ଦଳକୁ ଚାପରେ ପକାଇଥିଲା। ପ୍ରଥମ ପାୱାର ପ୍ଲେ ପରବର୍ତ୍ତୀ ୩୦ ଓଭରରୁ ୯୮ ରନ୍ ସଂଗ୍ରହ କରିଥିବା ଭାରତ କିନ୍ତୁ ରିଚା-ରାଣାଙ୍କ ବିସ୍ଫୋରକ ଭାଗୀଦାର କାରଣରୁ ଶେଷ ୧୦ ଓଭରରୁ ୯୮ ରନ୍ ଯୋଡ଼ିବା ନିର୍ଣ୍ଣାୟକ ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ୪୯.୫ ଓଭରରେ ୨୫୧/୧୦ (ରିଚା ଘୋଷ-୯୪, ପ୍ରତୀକା ରାୱଲ-୩୭, ସ୍ନେହ ରାଣା-୩୩, ସ୍ମୃତି ମନ୍ଧାନା-୨୩, କ୍ଲୋ ଟ୍ରାୟନ୍‌-୩/୩୨, ମାରିଜାନ୍ କାପ୍‌-୨/୪୫, ଏନ୍ ମଲାବା-୨/୪୬, ନାଣ୍ଡିନ୍ ଡି କ୍ଲର୍କ-୨/୫୨)। ଦକ୍ଷିଣ ଆଫ୍ରିକା ୪୮.୫ ଓଭରରେ ୨୫୨/୭ (ନଡିନ୍ ଡି’ କ୍ଲର୍କ-୮୪*, ଲୌରା ଓଲଭର୍ଟ-୭୦, କ୍ଲୋ ଟ୍ରାଏନ୍-୪୯, ସ୍ନେହ ରାଣା-୨/୪୭, କ୍ରାନ୍ତି ଗୌଡ଼-୨/୫୯, ଶ୍ରୀ ଚରଣୀ-୧/୩୭, ଅମନଜୋତ‌ କୌର-୧/୪୦, ଦୀପ୍ତି ଶର୍ମା-୧/୫୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe