ଉତ୍ତରପ୍ରଦେଶର ସମାଜବାଦୀ ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବାକୁ ଯାଉଥିବା ଭାରତୀୟ ବ୍ୟାଟର୍ ରିଙ୍କୁ ସିଂହ ପିତା ଖାନଚାନ୍ଦ ସିଂହଙ୍କୁ କାୱାସାକି ନିଞ୍ଜା ୪୦୦ ସ୍ପୋର୍ଟସ ବାଇକ୍ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବାଇକ୍ଟିର ବଜାର ଦର ୫ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ଖାନଚାନ୍ଦ ଏହି ବାଇକ୍କୁ ଚଲାଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ରିଙ୍କୁ ହିଁ ତାଙ୍କୁ ଏହି ବାଇକ୍ ଉପହାର ଦେଇଥିବା ଖାନଚାନ୍ଦ ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ରିଙ୍କୁଙ୍କ ପରିବାର ଏକଦା ଆର୍ଥିକ ଅନଟନ ଦେଇ ଗତି କରୁଥିଲା। ଏପରିକି କିଛି ଦିନ ପାଇଁ କ୍ରିକେଟ୍ ଛାଡ଼ି ଛୋଟମୋଟ କାମ କରିବାକୁ ବାଧ୍ୟ ହୋଇଥିଲେ ସେ। ତେବେ ଏହା ପରେ ଉତ୍ତରପ୍ରଦେଶ ରଣଜୀ ଦଳ ସହ ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ରେ ଯୋଗ ଦେବାର ସୁଯୋଗ ପାଇଥିଲେ ରିଙ୍କୁ। କୋଲକାତା ନାଇଟ୍ ରାଇଡର୍ସର ପ୍ରତିନିଧିତ୍ବ କରିବା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ପରେ ସେ ଭାରତୀୟ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ଗତ ନଭେମ୍ବରରେ ୩.୫ କୋଟିରେ ନିଲାମ ହୋଇ ଚର୍ଚ୍ଚିତ ହୋଇଥିଲେ ସେ। ଗତବର୍ଷର ଆଇପିଏଲ୍ ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ୧୩ କୋଟି ଟଙ୍କାରେ କିଣିଥିଲା। ଏକଦା ମାତ୍ର କିଛି ଟଙ୍କା ପାଇଁ ସଂଘର୍ଷ କରୁଥିବା ରିଙ୍କୁ ଏବେ କୋଟିରେ ଖେଳିବା ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି।
Follow Us