ବନ୍ଧୁକଚାଳନା ବିଶ୍ବକପ୍‌: ରୁଦ୍ରାଂକ୍ଷ ପାଟିଲ୍‌ଙ୍କୁ ଦ୍ବିତୀୟ କାଂସ୍ୟ

Advertisment
ବନ୍ଧୁକଚାଳନା ବିଶ୍ବକପ୍‌: ରୁଦ୍ରାଂକ୍ଷ ପାଟିଲ୍‌ଙ୍କୁ ଦ୍ବିତୀୟ କାଂସ୍ୟ

ଭୋପାଳ : ମଧ୍ୟପ୍ରଦେଶର ରାଜ୍ୟ ସୁଟିଂ ଏକାଡେମୀରେ ଚାଲିଥିବା ବନ୍ଧୁକଚାଳନା ବିଶ୍ବକପ୍‌ରେ ୧୯ ବର୍ଷିୟ ରୁଦ୍ରାକ୍ଷ ପାଟିଲ୍‌ ଦ୍ବିତୀୟ କାଂସ୍ୟ ପଦକ ଜିତିଛନ୍ତି। ୧୦ ମିଟର ଏୟାର ରାଇଫଲ୍‌ରେ ଚୀନ୍‌ର ଲିହାଓ ସେଙ୍ଗ୍‌ ସ୍ବର୍ଣ୍ଣ ଓ ଲିନ୍‌ସୁ ଡୁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଥିଲେ। ଭାରତର ଅନ୍ୟତମ ଫାଇନାଲିଷ୍ଟ ହୃଦୟ ହଜାରିକା ଷଷ୍ଠ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି।

ଚଳିତ ବିଶ୍ବକପ୍‌ରେ ରୁଦ୍ରାକ୍ଷଙ୍କ ଏହା ଦ୍ବିତୀୟ ପଦକ। ଗୁରୁବାର ମିଶ୍ରିତ ଏୟାର ରାଇଫଲ୍‌ ଇଭେଣ୍ଟରେ ଆର୍‌ ନର୍ମଦା ରାଜୁଙ୍କୁ ସାଥୀ କରି ରୁଦ୍ରାକ୍ଷ କାଂସ୍ୟ ପଦକ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ପଦକ ତାଲିକାରେ ଚୀନ୍‌ ୫ ସ୍ବର୍ଣ୍ଣ ସହ ୮ ପଦକ ପାଇ ଶୀର୍ଷରେ ଥିଲା ବେଳେ ଭାରତ ୧ ସ୍ବର୍ଣ୍ଣ ସହ ମୋଟ ୫ ପଦକ ପାଇ ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe