ଭଲ ପ୍ରଦର୍ଶନ ପରେ ବି ଟି-୨୦ ବିଶ୍ବକପ‌ରେ ସ୍ଥାନ ନମଳିବାରୁ ରିଙ୍କୁ ସିଂହ ଦେଲେ ଏଭଳି ପ୍ରତିକ୍ରିୟା

Advertisment
ଭଲ ପ୍ରଦର୍ଶନ ପରେ ବି ଟି-୨୦ ବିଶ୍ବକପ‌ରେ ସ୍ଥାନ ନମଳିବାରୁ ରିଙ୍କୁ ସିଂହ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରସ୍ତୁତ ହେଲେଣି ଖେଳାଳି। ଏହି ଟୁର୍ନାମେଣ୍ଟ ଜୁନ୍ ୧ରୁ ଆରମ୍ଭ ହେବ। ଏଥିପାଇଁ ଟିମ୍ ଇଣ୍ଡିଆ ନ୍ୟୁୟର୍କରେ ପହଞ୍ଚିସାରିଛି। ବିସିସିଆଇ ୩୦ଏପ୍ରିଲରେ ବିଶ୍ୱକପ୍ ପାଇଁ ୧୫ଜଣିଆ ଭାରତୀୟ ଟିମ୍ ଘୋଷଣା କରିଥିଲା। ଦଳରେ ରିଙ୍କୁ ସିଂଙ୍କ ନାମ ନଥିବା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ରିଙ୍କୁଙ୍କୁ ରିଜର୍ଭ ଖେଳାଳିଙ୍କ ମଧ୍ୟରେ ରଖାଯାଇଛି। ବର୍ତ୍ତମାନ ରିଙ୍କୁ ନିଜେ ଟି-୨୦ ବିଶ୍ୱକପରେ ମନୋନୀତ ନହେବା ଉପରେ ନୀରବତା ଭାଙ୍ଗିଛନ୍ତି।

ଭାରତୀୟ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ, ଭଲ ପ୍ରଦର୍ଶନ କରିବା ପରେ ମଧ୍ୟ ଆପଣ ମନୋନୀତ ନହେଲେ ଖରାପ ଲାଗେ।  ରିଙ୍କୁଙ୍କ କହିବା ମୁତାବକ, "ହଁ, ଯଦି ଭଲ ପ୍ରଦର୍ଶନ ପରେ ଚୟନ କରା ନଯାଏ ତେବେ ଖରାପ ଲାଗିବା ସ୍ବାଭାବିକ କଥା। ତଥାପି, ଏଥର ଦଳ ମିଶ୍ରଣ ହେତୁ ମୁଁ ମନୋନୀତ ହୋଇପାରିଲି ନାହିଁ। ଯାହା ମୋ ହାତରେ ନାହିଁ ତାହା ବିଷୟରେ ଅଧିକ ଭାବିବା ଉଚିତ୍ ନୁହେଁ।ଆରମ୍ଭରେ ମୁଁ ଟିକିଏ ନିରାଶ ହୋଇଥିଲି। ଯାହା ଘଟିଲା ଠିକ୍ ଥିଲା। ଯାହା ଘଟିବ, ଭଲ ପାଇଁ ଘଟିବ। ରୋହିତ ଭାଇ ବିଶେଷ କିଛି କହି ନାହାଁନ୍ତି। ସେ କେବଳ କହିଛନ୍ତି କଠିନ ପରିଶ୍ରମ ଜାରି ରଖ। ୨ବର୍ଷ ପରେ ପୁଣି ବିଶ୍ୱକପ୍ ହେବ। ଅଧିକ ଚିନ୍ତା କରିବାର କିଛି ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe