ସାଉଥଆଫ୍ରିକାଗସ୍ତ ପୂର୍ବରୁ ବଦଳିଲା ରିଙ୍କୁ ସିଂହଙ୍କ ଘରର ଠିକଣା

Advertisment

ଆଇପିଏଲ ୨୦୨୫ ପୂର୍ବରୁ ଦରମା ୨୪ଗୁଣା ବୃଦ୍ଧି ପାଇବା ପରେ ସାଉଥଆଫ୍ରିକାଗସ୍ତ ପୂର୍ବରୁ ବଦଳିଲା ରିଙ୍କୁ ସିଂହଙ୍କ ଘରର ଠିକଣା। ପରିବାର ସହିତ ନୂଆଘରକୁ ସିପ୍ଟ ହୋଇଯାଇଛନ୍ତି କ୍ରିକେଟର।

Updated On

ଆଇପିଏଲ ୨୦୨୫ ପୂର୍ବରୁ ଦରମା ୨୪ଗୁଣା ବୃଦ୍ଧି ପାଇବା ପରେ ସାଉଥଆଫ୍ରିକାଗସ୍ତ ପୂର୍ବରୁ ବଦଳିଲା ରିଙ୍କୁ ସିଂହଙ୍କ ଘରର ଠିକଣା। ପରିବାର ସହିତ ନୂଆଘରକୁ ସିପ୍ଟ ହୋଇଯାଇଛନ୍ତି କ୍ରିକେଟର।

ଅଦ୍ୟତନ ହୋଇଛି
ମ୍ମ


ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସ (କେକେଆର)ର ମାଲିକ ଶାହାରୁଖ ଖାନ ରିଙ୍କୁ ସିଂହଙ୍କୁ ମାଲାମାଲ କରିଥିବା ଖବର ଚର୍ଚ୍ଚାରେ ରହିଛି। ଆଇପିଏଲ ୨୦୨୫ ପାଇଁ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଲିଜ୍ କରିଥିବା ବେଳେ ଶାହାରୁଖ ରିଙ୍କୁଙ୍କ ଦରମା ୨୪ଗୁଣା ବୃଦ୍ଧି କରି ରିଟେନ କରିଛନ୍ତି।

ଅର୍ଥାତ ଆଇପିଏଲ ୨୦୨୪ରେ କେକେଆର ଚାମ୍ପିଅନ ହୋଇଥିବା ସମୟରେ ରିଙ୍କୁଙ୍କ ଦରମା ୫୫ ଲକ୍ଷ ଟଙ୍କା ଥିଲା। ଏବେ ଏହା ବୃଦ୍ଧି ପାଇ ୧୩କୋଟିରେ ପହଞ୍ଚିଛି। ଏହି କ୍ରମରେ ଦେଖିବାକୁ ଗଲେ ଆଗାମୀ ଆଇପିଏଲ ସିଜନରେ ରିଙ୍କୁ ସିଂହଙ୍କୁ କେକେଆର ପାଇଁ ଖେଳୁଥିବାର ‌ଦେଖିବାକୁ ମିଳିବ। 

କେକେଆର ରିଟେନ କରିବା ପରେ ରିଙ୍କୁ ସିଂହ ଆଲିଗଡ଼ର ଅଜୋନ ସିଟିର ଦ ଗୋଲଡନ ଏଷ୍ଟେଟ‌ରେ ନୂଆଘର କିଣିଛନ୍ତି। ସାଉଥଆଫ୍ରିକାଗସ୍ତ ପୂର୍ବରୁ ରିଙ୍କୁ ସିଂହ ତାଙ୍କ ପରିବାର ସହିତ ନୂଆଘରକୁ ସିପ୍ଟ ହୋଇଯାଇଛନ୍ତି। ନୂଆ ଘରେ ରହିବା ପରେ ଏବେ ରିଙ୍କୁଙ୍କ ଠିକଣା ଅଜୋନ ସିଟିର ଦ ଗୋଲଡନ ଏଷ୍ଟେଟ ବଙ୍ଗଳା ନମ୍ବର ୩୮ ହୋଇଯାଇଛି।  ଅକ୍ଟୋବର ୩୦ ତାରିଖରେ ରିଙ୍କୁ ସିଂହ ନୂଆଘରେ ଗୃହପ୍ରବେଶ କରିଛନ୍ତି।

ନୂଆ ଘର କିଣିଥିବା ଖବର ପାଇବା ପରେ  ରିଙ୍କୁ ସିଂହଙ୍କ ଫ୍ୟାନ୍ସମାନେ  କ୍ରିକେଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆଘରେ ରିଙ୍କୁ ତାଙ୍କ ପରିବାର ସହିତ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ବି ସେୟାର କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe