ମାରାଡୋନାଙ୍କ ‌ଅନ୍ତିମ ଦର୍ଶନ ବେଳେ ଦଙ୍ଗା

Advertisment
ମାରାଡୋନାଙ୍କ ‌ଅନ୍ତିମ ଦର୍ଶନ ବେଳେ ଦଙ୍ଗା

ABC News

ବୁଏନସ ଏୟାର୍‌ସ : ଅନ୍ତିମ ଦର୍ଶନ ଲାଗି ଗୁରୁବାରଠୁ ପ୍ରେସିଡେଣ୍ଟିଆଲ୍‌ ପ୍ୟାଲେସଠାରେ ଫୁଟ୍‌ବଲ୍‌ କିଂବଦନ୍ତି ଡିଏଗୋ ମାରାଡୋନାଙ୍କ କଫିନ ରହିଛି। ନିଜର ପ୍ରିୟ ଫୁଟ୍‌ବଲର୍‌ଙ୍କୁ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ହଜାର ହଜାର ‌ଲୋକ ସେଠାରେ ରୁଣ୍ଡ ହେଉଛନ୍ତି। ଧାଡ଼ିରେ ଯାଇ ଦର୍ଶନ କରିବାର ବ୍ୟବସ୍ଥା ହୋଇଥିଲା। ଅଧିକ ଜନଗହଳି ଦେଖି ସେଠାରେ କିଛି ଦୁର୍ବୃତ୍ତ ‌ପକେଟମାର ସହ ମୋବାଇଲ ଚୋରିରେ ଲାଗିଥିଲେ। ଏଭଳି ଅଘଟଣ ଘଟିବାରୁ ଚୋରକୁ ଧରିବା ଲାଗି ଠେଲାପେଲା ତଥା ଏକରକମ ଦଙ୍ଗା ପରିସ୍ଥିତି ଉପୁଜିଥିଲା। ‌ଉପସ୍ଥିତ ଥିବା ଲୋକେ ଉତ୍ୟକ୍ତ ହୋଇ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଉପରକୁ ବୋତଲ ଫିଙ୍ଗିଥିଲେ। ଗହଳିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ସେମାନଙ୍କ ଉପରକୁ ପାଣି ମାଡ଼ କରିଥିଲା। ଚୋରି ଏବଂ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା କିଛି ସନ୍ଦେହୀ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe