ନୂଆଦିଲ୍ଲୀ: ଗତ ବୁଧବାର ଦିନ ଦିଲ୍ଲୀ କ୍ୟାପିଟାଲସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ହୋଇଥିଲା ଯେଉଁଥିରେ ଦିଲ୍ଲୀ ମାତ୍ର ୪ ରନରେ ମ୍ୟାଚ ଜିତିଥିଲା। ଏହି ମ୍ୟାଚ୍ରେ ଡିସି ଅଧିନାୟକ ଋଷଭ ପନ୍ତ ୪୩ ବଲରେ ୮୮ ରନ୍ର ଚମତ୍କାର ଇନିଂସ ଖେଳିଥିଲେ ଯେଉଁଥିରେ ସେ ୫ଟି ଚୌକା ଓ ୮ଟି ଆକାଶ ଛୁଆଁ ଛକା ମାରିଥିଲେ। ବଡ କଥା ଯେ ଦିଲ୍ଲୀ କ୍ୟାପିଟାଲସ ଇନିଂସର ଶେଷ ଓଭରରେ ଋଷଭ ପନ୍ତ ମୋହିତ ଶର୍ମାଙ୍କ ୬ଟି ବଲରେ ୩୧ ରନ୍ ସଂଗ୍ରହ କରିଥିଲେ। ଏହି ଓଭରରେ ଗୋଟିଏ ବଲରେ ଛକା ମାରିଥିଲେ, କିନ୍ତୁ ଏଥିରେ ଜଣେ କ୍ୟାମେରାମ୍ୟାନ ଆହତ ହୋଇଥିଲେ।
ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ସେହି କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗି ଲୋକଙ୍କ ହୃଦୟ ଜିତିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗର ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରାଯାଇଛି | ଏହି ଭିଡିଓରେ ଦିଲ୍ଲୀ କ୍ୟାପିଟାଲସ ଅଧିନାୟକ ପନ୍ତ ରିକି ପଣ୍ଟିଙ୍ଗଙ୍କ ସହ ନଜର ଆସିଛନ୍ତି। ପନ୍ତ କ୍ଷମା ମାଗି କହିଛନ୍ତି ଯେ, "ଦେବାଶିଷ ଭାଇ ଏହି ଘଟଣା ପାଇଁ ମୁଁ ଦୁଃଖିତ, ଆପଣଙ୍କୁ ଆଘାତ ଦେବାକୁ ମୁଁ ଏପରି କରିନଥିଲି | ମୁଁ ଆଶା କରୁଛି ଆପଣ ଶୀଘ୍ର ଏହି ସୁସ୍ଥ ହୋଇଯିବେ | ଆପଣଙ୍କ ଆଶୁ ଆରୋଗ୍ୟ କାମନା କରୁଛି' | ସୂଚନା ଥାଉ କି ଯେ ଗୁଜୁରାଟ ଟାଇଟାନ୍ସ ବନାମ ଦିଲ୍ଲୀ କ୍ୟାପିଟାଲସ ମ୍ୟାଚରେ ଋଷଭ ପନ୍ତ ୪୩ଟି ବଲରେ ୮୮ ରନର ଅପରାଜିତ ଇନିଂସ ଖେଳିଥିଲେ ।
Follow Us