ଶିଖର ଧାୱନ ଆହତ ହେବା ପରେ ଲାଭରେ ରିଷଭ ପନ୍ଥ, ମିଳିଲା ବିଶ୍ୱକପ୍‌ରେ ସ୍ଥାନ

ଶିଖର ଧାୱନ ଆହତ ହେବା ପରେ ଲାଭରେ ରିଷଭ ପନ୍ଥ, ମିଳିଲା ବିଶ୍ୱକପ୍‌ରେ ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ ବିଶ୍ୱକପ କ୍ରିକେଟ ଦଳରେ ସାମିଲ ହେବେ ରିଷଭ ପନ୍ଥ। ଏଥିପାଇଁ ଅନୁମତି ଦେଇଛି ଆଇସିସିଆଇ। ବ୍ୟାକ ଅପ ଖେଳାଳି ଭାବେ ରିଷଭ ପନ୍ଥକୁ ଇଂଲଣ୍ଡ ନିଆଯାଇଛି। ତେବେ ସେ ଶିଖର ଧୱନଙ୍କ ରିପ୍ଲେସମେଂଟ ହେବେନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳେ ଆଙ୍ଗୁଠିରେ ଆଘାତ ପାଇଥିବା ଶିଖର ଧାୱନଙ୍କୁ ବିଶ୍ରାମ ଦିଆଯାଇଛି।

publive-image

ବ୍ୟାଟିଂ ବେଳେ ବୁଢା ଆଙ୍ଗୁଠିରେ ଆଘାତ ପାଇଥିବା ଶିଖରଙ୍କ ସ୍କାନ ପରେ ହାଡ ଫାଟିଯାଇଥିବା ଜଣାପଡିଛି। ତେଣୁ ଅତିକମରେ ତାଙ୍କୁ ୩ ସପ୍ତାହ ବିଶ୍ରାମ ନେବାପାଇଁ ପଡିବ। ତାଙ୍କ ସ୍ଥାନରେ ଲୋକେଶ ରାହୁଲ, ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଓପନ୍‌ କରିବେ। ଆଉ ରିଷଭ ୪ ନମ୍ବରରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବେ। ପୁଣି ଜଣେ ଖେଳାଳି ଆହତ ହେଲେ ଧାୱନଙ୍କୁ ସୁଯୋଗ ମିଳିପାରେ। ବିଶ୍ୱକପ୍‌ ଦଳରେ ରିଷଭ ପନ୍ଥ ସ୍ଥାନ ନ ପାଇବା ନେଇ ପ୍ରଥମରୁ ବିବାଦ ଲାଗିରହିଥିଲା। ପରେ ଚୟନକର୍ତ୍ତା ତାଙ୍କୁ ରିଜର୍ଭ ଖେଳାଳି ଭାବେ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe