ଏଲଏସଜିର ଅଧିନାୟକ ହେଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ

Advertisment

ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସଜି)ର ଅଧିନାୟକ ହେଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ଗତବର୍ଷ ଶେଷ ହୋଇଥିବା ବେଳେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ।

ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସଜି)ର ଅଧିନାୟକ ହେଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ଗତବର୍ଷ ଶେଷ ହୋଇଥିବା ବେଳେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ।

trisa

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସଜି)ର ଅଧିନାୟକ ହେଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ଗତବର୍ଷ ଶେଷ ହୋଇଥିବା ବେଳେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ। ଆଗାମୀ ଆଇପିଏଲ୍‌ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସଜି) ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ କିଣିଥିଲା। ଏହା ପରେ ଏବେ ପନ୍ତଙ୍କୁ ଦଳର ଅଧିନାୟକ କରିଛି ଏଲଏସଜି।

ମାର୍ଚ୍ଚ ୨୧ରୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏବେ ଅଧିନାୟକଙ୍କ ନାମ ଘୋ‌ଷଣା କରିଛି ଏଲଏସଜି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମାଲିକ ସଞ୍ଜିବ ଗୋଏଙ୍କା ଏହି ଘୋଷଣା କରି କହିଛନ୍ତି, 'ଯାହା ବି ରଣନୀତି ତିଆରି ହେଉଥିଲା, ତାହା ଋଷଭଙ୍କୁ ଧ୍ୟାନରେ ରଖି କରାଯାଇଥିଲା।'

ପନ୍ତଙ୍କୁ ଅଧିନାୟକ କରାଯିବା ପଛର କାରଣ ପଚରାଯିବାରୁ ସେ କହିଥିଲେ, "ମୁଁ ଭାବୁଛି ସମୟ ତାହା ପ୍ରମାଣ କରିବ। ସେ କେବଳ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି ନୁହଁନ୍ତି ବରଂ ଆଇପିଏଲର ସର୍ବୋତ୍ତମ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ଲୋକମାନେ ଧୋନି ଏବଂ ରୋହିତଙ୍କୁ ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ତାଲିକାରେ ରଖନ୍ତି। ‌ହେଲେ ରଖି ରଖନ୍ତୁ ୧୦-୧୨ ବର୍ଷ ପରେ, ଧୋନି ଏବଂ ରୋହିତଙ୍କ ସହିତ ଋଷଭ ପନ୍ତ ମଧ୍ୟ ଏହି ତାଲିକାରେ ରହିବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe